ଲେମନ ଘାସ ପୋଡି ୩ ଚାଷୀଙ୍କ ଆନୁମାନିକ ୮୭ ହଜାର ଟଙ୍କା କ୍ଷତି

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୬/୨/୨୧): ବନ୍ଧୁଗାଁ ବ୍ଲକର କରାମଡା ଗ୍ରାମ ନିକଟରେ ରହିଥିବା ଲେମନ ଘାସ ବଇଲିଙ୍ଗ କରି ସେଥିରୁ ତେଲ ବାହାର କରୁଥିବା ବୈଲର ସ୍ଥାନରେ ଆଜି ତିନି ଜଣ ଚାଷୀଙ୍କ ଲେମନ ଘାସ ପୋଡି ନଷ୍ଟ ହୋଇଯାଇଛି I ଏହି ଘାସ ବଇଲିଙ୍ଗ କରିବା ପାଇଁ ବନ୍ଧୁଗାଁର ବସନ୍ତ ଶୁଣ୍ଡୀର ଦୁଇ ଟ୍ରାକ୍ଟର ବୋଝେଇ ଘାସ, ସାରଶା ଭଦ୍ରା ନାଗାର ତିନି ଟ୍ରାକ୍ଟର ବୋଝେଇ ଓ ସାନ ସରପଲି ଗ୍ରାମର କେ. ରାଜାର ତିନି ଟ୍ରାକ୍ଟର ବୋଝେଇ ମୋଟ ୮ ଟ୍ରାକ୍ଟର ବୋଝେଇ ଲେମନ ଘାସ ଆସନ୍ତା କାଲି ଅମଳ କରିବା ପାଇଁ ତିନି ସ୍ଥାନରେ ତିନି ଚାଷୀଙ୍କ ଘାସ ରଖଯାଇଥିଲା |

ଆଜି ଲେମନ ବୈଲର ଠାରେ ଅମଳ କରିଥିବା ଦିନିକିଆ ମୋଜୁରିଆ ମାନେ ଘାସ ରୋଷେଇ ସାରି ସନ୍ଦ୍ୟା ୫:୪୦ରେ ବନ୍ଦ କରି ନିଜ ନିଜ ଘରକୁ ଚାଲିଯାଇଥିଲେ | କିଛି ସମୟ ପରେ ୬:୫୦ ବୈଲର ସାହୁକାର ଏସ. ନାଗା ଯାଇ ସେଠାରେ ପହଁଞ୍ଚି ଦେଖିଲେ କି କୌଣସି କାରଣ ରୁ କେଉଁ ପ୍ରକାର ଭାବରେ ବୈଲର ଠାରେ ପଡିଥିବା ଘାସରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ | ସେଠାରେ ଘାସକୁ ରଷେଇ କରିବା ପାଇଁ ରଖଯାଇଥିବା ଘାସ ସହ ବେକାରୀ ଘାସ ମଧ୍ୟ ହୁ ହୁ ହୋଇ ଜଳୁଥିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗଙ୍କୁ ଫୋନ ମାଧ୍ୟମରେ ଜଣାଇ ବାରୁ ଅଗ୍ନିଶମ ଗାଡି ପହଁଞ୍ଚିବା ବେଳକୁ ପୁରା ଜଳିଯାଇ ଥିଲା | ଅଳ୍ପ କିଛି ଘାସ ଗୋଦା ବଂଚିଥିଲା ସେଠାକୁ ପାଣି ଦ୍ୱାରା ଛିଞ୍ଚନ ଦ୍ୱାରା ଜଳୁଥିବା ଘାସରେ ଥିବା ନିଆକୁ ଅଗ୍ନିଶମ ବିଭାଗର କର୍ମଚାରି ମାନେ ନିଆଁ ଲିଭାଇ ବୁଝାଇ ଥିବାର ଦେଖିବାକୁ ମିଳିଛି | ଜଳିଯାଇଥିବା ଘାସ ର ଆନୁମାନିକ ମୂଲ୍ୟ ୮୭ହଜାର ତାଙ୍କ ହେବ ବୋଲି ଚାଷୀ ମାନେ କହିଛନ୍ତି | ଉକ୍ତ ତିନି ଚାଷୀ ତିନି ମାସର ଅମଳ ପୋଡ଼ିଯାଇଥିବାରୁ ସାହୁକାର ଠାରୁ ଆଣିଥିବା ଋଣ କେଉଁ ପ୍ରକାର ଭାବରେ ସୁଝିବୁ ଓ ପରିବାରକୁ କେମିତି ପୋଷଣ କରିବୁ ତାକୁ ନେଇ ଚାଷୀ ମାନେ କାନ୍ଦି କାନ୍ଦି ବ୍ୟାକୁଳ ହୋଇ ମୁଣ୍ଡରେ ହାତ ଦେଇଥିଲେ |ଏଥି ପ୍ରତି ସରକାର କ୍ଷତି ସହିଥିବା ଚାଷୀଙ୍କୁ ସହୟତା କରିବା ପାଇଁ ସାଧାରଣ ମହଳରେ ଚର୍ଚ୍ଚା ଜୋର ଧରିଛି I

Welcome to Odisha News24

error: Content is protected !!
%d bloggers like this: