ଲିଙ୍କ ଫେଲ ଯୋଗୁଁ ଷ୍ଟେଟ ବ୍ୟାଙ୍କରେ ଗ୍ରାହକ ହନ୍ତସନ୍ତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨/୧୨/୨୦): ବନ୍ଧୁଗାଁ ବ୍ଲକରେ ରହିଥିବା ଗୋଟିଏ ମାତ୍ର ଷ୍ଟେଟ ବ୍ୟାଙ୍କରେ ବନ୍ଧୁଗାଁ ବ୍ଲକର ପ୍ରାୟ ୧୩ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି | କିନ୍ତୁ ଏହି ଷ୍ଟେଟ ବ୍ୟାଙ୍କ ସପ୍ତାହକ ମଧ୍ୟରେ ଦୁଇ ତିନି ଥର ଲିଙ୍କ ଫେଲ ହୋଇଥିବାରୁ ଦୁରଦୂରରୁ ଆସୁଥିବା ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଉଥିବାର ଦେଖିବାକୁ ମିଳିଛି |

ଏଥିପ୍ରତି ଇନ୍ଦିରା ଆବାସ ଗୃହ ଓ ମନରେଗା ଯୋଜନା ଦ୍ୱାରା ଖାତା ଧାରୀଙ୍କ ଖାତାକୁ ଆସିଥିବା ଟଙ୍କା ଉଠାଣରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି | ଆଜି ଦୁଇଦିନ ଲିଙ୍କ ଫେଲ ହୋଇଥିବାରୁ ଲୋକ ମାନେ ଅତ୍ୟଧିକ ମାତ୍ରାରେ ହଇରାଣ ହେଉଥିବାର ଜଣାଇଚନ୍ତି | ଏହି ବ୍ୟାଙ୍କକୁ ପଇସା ଉଠାଇବା ଆସି ଲୋକେ ବିଫଳ ହେଉଥିବାରୁ ଲୋକେ ପ୍ରସାସନ ଉପରେ ଗୁହାରି କରିଛନ୍ତି କି ଏଥିପ୍ରତି ଏହି ବ୍ୟାଙ୍କ ପ୍ରତି ପ୍ରଶାସନ ଧ୍ୟାନ ଦେଉ ଓ ଅଂଚଳ ର ଲୋକଙ୍କ ଅସୁବିଧା ଦୂର କରିବାରେ ସାହାଯ୍ୟ କରୁ | ଲିଙ୍କ ଫେଲ ପାଇଁ ଲୋକଙ୍କ ଅସୁବିଧା ଦେଖୁଛୁ କିନ୍ତୁ କିଛି କରିପାରୁନି ବୋଲି ବ୍ୟାଙ୍କ ଅଧିକାରୀ ଶ୍ରୀ ଏସ. କେ. ମାଲି ଗଣମାଧ୍ୟମକୁ କହିଥିଲେ ।

Welcome to Odisha News24

error: Content is protected !!
%d bloggers like this: