ଲାଲ ପିମ୍ପୁଡିରୁ ପ୍ରସ୍ତୁତ ହେବ କରୋନା ପ୍ରତିଷେଧକ ଔଷଧ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୦୩-୦୧): କରୋନା ପ୍ରତିଷେଧକ ନେଇ ହାଇକୋର୍ଟ ୩ ମାସ ମଧ୍ୟରେ ସତ୍ୟତା ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବିଶେଷ ସୂଚନା ଅନୁଯାୟୀ ରାଜ୍ୟ ର ମୟୁରଭଞ୍ଜ ର ଲାଲ ପିମ୍ପୁଡି କରୋନା ପ୍ରତିଷେଧକ ଔଷଧ ପ୍ରସ୍ତୁତ ହେବା ଆଶା କରାଯାଉଛି । ହାଇକୋର୍ଟ ୩ ମାସ ମଧ୍ୟରେ ସତ୍ୟତା ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇସିଏମ୍ଆର୍ ଏବଂ ଆୟୁଷ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । କାଇ ସମ୍ପର୍କରେ ଗବେଷଣା କରି କରୋନା ଭଳି ମହାମାରୀର ପ୍ରତିଷେଧକ ମିଳିପାରିବ ବୋଲି ଦାବି କରିଥିବା ଯୁବ ଇଂଜିନିୟର ନୟାଧର ପଡିଆଳଙ୍କ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ କେବେ ଏହି ନାଲି ପିମ୍ପୁଡି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ତ ଆଉ କେତେବେଳେ ଏହାକୁ ବ୍ୟବହାର କରି ଥଣ୍ଡା ଜ୍ୱର ଓ ନିମୋନିଆରୁ ରକ୍ଷା ପାଇଥାନ୍ତି । କାଇ ପିମ୍ପୁଡି ଦେହରେ ଥିବା ଥଣ୍ଡା ଜନିତ ରୋଗର ପ୍ରତିଷେଧକ ଶକ୍ତିର ଉତ୍ସକୁ ଅନୁଶୀଳନ କଲେ କରୋନା ଭଳି ମହାମାରୀର ପ୍ରତିଷେଧକ ମିଳିପାରିବ ବୋଲି ଶ୍ରୀ ପଡିଆଳ ଦାବି କରିଥିଲେ । ଏହାକୁ ନେଇ ସେ ତଥ୍ୟ ସମ୍ବଳିତ ପ୍ରମାଣପତ୍ର ସହ ଆଇସିଏମ୍ଆରକୁ ବାରମ୍ବାର ଅବଗତ ମଧ୍ୟ କରାଇଛନ୍ତି । ଏହା ଉପରେ ଅଧିକ ଗବେଷଣା କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

ଆଇସିଏମ୍ଆରର ବୈଜ୍ଞାନିକ ଡ. ମଧୁମତୀ ଏଥିରେ ଆଗ୍ରହ ପ୍ରକାଶ କରିବା ସହ ଆୟୁଷ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଗବେଷଣା ସଂସ୍ଥା କାଉନସିଲ ଅଫ୍ ସାଇନ୍ସ ଏଣ୍ଡ ରିସର୍ଚ୍ଚକୁ ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଏ ନେଇ ଦିନ ଗଡ଼ି ଚାଲିବାରୁ ବାଧ୍ୟ ହୋଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ଇଂଜିନିୟର ପଡିଆଲ । ଆଉ ଏବେ ତାଙ୍କ ଆଶା ସଫଳ ରୂପାୟନ ହେବାକୁ ଯାଉଛି ।

ଏହି କାଇ ପିମ୍ପୁଡି ଜଙ୍ଗଲରେ ଥିବା ଶାଳ ଗଛମାନଙ୍କରେ ରହିଥାନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ଜଙ୍ଗଲରୁ ଆଣି ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରିଥାନ୍ତି । ଏଥିରେ ଫ୍ଲୁ ଓ ଥଣ୍ଡା ରୋଗ ଭଲ କରିବାର ଗୁଣ ରହିଥିବାରୁ ଅଧିକ ଗବେଷଣା କରିବାର ଅବଶ୍ୟକତା ଅଛି ବୋଲି ଦାବି କରିଥିଲେ ଇଂ ପଡିଆଲ । ଅନ୍ୟପଟେ ହାର୍ଟ କେୟାର ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡ଼ା କେ.କେ. ଅଗ୍ରୱାଲ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶର ଯଥାର୍ଥତା ଥିବା ଯୁକ୍ତି ବାଢିଛନ୍ତି । କାଇରୁ କରୋନା ମହାମାରୀ ଔଷଧ ପ୍ରସ୍ତୁତ ହୋଇପାରିବ ବୋଲି ସେ ମଧ୍ୟ ଦାବି କରିଛନ୍ତି । ସମଗ୍ର ବିଶ୍ୱ ଏବେ କରୋନା ଟିକା ପଛରେ ବ୍ୟସ୍ତ ଥିବା ବେଳେ ଯଦି ସିଏସ୍ଆଇଆର ଏହି ପ୍ରସ୍ତାବକୁ ଗ୍ରହଣ କରି ଲାଲ କାଇ ଉପରେ ଗବେଷଣା କରେ, ତେବେ ଏକ ଯୁଗାନ୍ତକାରୀ ଚିକିତ୍ସା ବ୍ୟବସ୍ଥା ହୋଇପାରନ୍ତା ବୋଲି ସେ କହିଛନ୍ତି।

Welcome to Odisha News24

error: Content is protected !!
%d bloggers like this: