ଲାଇବ୍ରେରି ବହି କିଣାରେ ୯୩ ଲକ୍ଷ ଟଙ୍କା ଦୁର୍ନୀତି ପ୍ରସଙ୍ଗ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦୁର୍ନୀତିର ତଦନ୍ତ ଦାବି କଲା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୫/୦୨): ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲ ଲାଇବ୍ରେରୀ ବହି କିଣାରେ ଲକ୍ଷାଧିକ ଟଙ୍କା ଅନିୟମିତତା କରିଥିବା ନେଇ ଗତ ଫେବୃଆରୀ ୭ ତାରିଖରେ ଆଇନଜୀବୀ ମୃତୁଞ୍ଜୟ ମହାରଣା ନବରଂଗପୁର ଥାନାରେ ଜିଲ୍ଲା ଶିକ୍ଷାଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କ ନାମରେ ଏତଲା ଦେଇଥିଲେ । ଆଜି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଶିକ୍ଷକ ମାନଙ୍କ ପଦୋନ୍ନତି ରେ ରିହାତି , ଆର୍ ଏ ସିପି ଜିପି ରେ ପରିଵର୍ତ୍ତନ , ପରିଷଦ ରାଜ୍ୟ ବୈଠକ ରେ ଯୋଗ ଦେବା ପାଇଁ ବ୍ଲକ ବାରି ଯିବାପାଇଁ ସ୍ଥିର ହେବା ସହ ଜିଲ୍ଲାରେ ଲାଇବ୍ରେରୀ ବହି ଯୋଗାଣ ବ୍ୟବସ୍ଥାରେ ଦୁର୍ନୀତି ର ତଦନ୍ତ ହେବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ଏଥିପାଇଁ ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ରକୁ ଏକ ପତ୍ର ପ୍ରେରଣ କରାଯାଇ ମାନନୀୟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁର , ଏସପି ଭିଜିଲାନ୍ ଜୟପୁର , କମିସନର ଏଲିମେଣ୍ଟ୍ରିରି ଇ ଡି ଏନ ଙ୍କୁ ତଦନ୍ତ କରିବା ପାଇଁ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟ ସରକାର ୨୦୧୮- ୧୯ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲ୍ଲାର ୧୭୦ ହାଇସ୍କୁଲ ଓ ୧୭୩୦ ଟି ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ପାଇଁ ଲାଇବ୍ରେରୀ ବହି କିଣା ନିମନ୍ତେ ରାଜ୍ୟ ସରକାର ପ୍ରଥମେ ୧୯.୧୦ ଲକ୍ଷ ଟଙ୍କା ପରେ ୭୪.୧୩ ଲକ୍ଷ ମୋଟ ୯୩.୨୨ ଲକ୍ଷ ଟଙ୍କା ଅନୁଦାନ ଫେବୃଆରୀ ୨୦୧୯ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଗ୍ରହଣ କରିଥିଲେ । ଏହି ଅର୍ଥକୁ ଡି ଇ ଓ ଚନ୍ଦ୍ର ଶେଖର ପାଣିଗ୍ରାହୀ ସରକାର ନିୟମକୁ ଉଲ୍ଲଂଘନ କରି ୯୩.୨୨ ଲକ୍ଷ ଟଙ୍କାର ର ଦୁର୍ନୀତି କରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ପି ଡି ଡି ଆର ଡି ଏ ଏହାର ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ଓସେପା ଗାଇଡ ଲାଇନ କୁ ଉଲଙ୍ଘନ କରିବା ସହ ଏଥି ପାଇଁ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା , ବିଜ୍ଞାପନ କିମ୍ବା ଉଚ୍ଚପଦାଧିକାରୀଙ୍କ ବିନା ଅନୁମୋଦନରେ ବେସରକାରୀ ପ୍ରକାଶକ ରେ ବହି କିଣି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଜିଲ୍ଲାରେ ଲାଇବ୍ରେରୀ ବହି କିଣା କୁ ନେଇ ବିବାଦ ବଢିବାରେ ଲାଗିଛି । ଏନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଉପଦେଷ୍ଟା ତଥା ଆଇନଜୀବୀ ରାମ ପ୍ରସାଦ ପାତ୍ର ନବରଂଗପୁର ଏସପି ଙ୍କ ନିକଟରେ ଅଭିଯୋଗ କରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଉକ୍ତ ଲାଇବ୍ରେରୀ ବହି କିଣିବାରେ ଶିକ୍ଷକ ତଥା ବିଦ୍ୟାଳୟ ସଭାପତି ଙ୍କ ସଂଶ୍ଳିଷ୍ଟକୁ ସଂଘ ପକ୍ଷରୁ ଅସ୍ବୀକାର କରାଯାଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ବହି କିଣିବାକୁ ବାଧ୍ୟ କରିଥିଲେ । ବହି କିଣା ଦୁର୍ନୀତିରେ ଯଦି କିଛି ନିରୀହ ଶିକ୍ଷକଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ତାହା ହେଲେ ସଙ୍ଘ ଚୁପ ନ ରହି ରାଜରାସ୍ତା କୁ ଉଲ୍ଲାଇବା ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବୈଠକରେ ନବରଙ୍ଗପୁର ବରିଷ୍ଟ ଶିକ୍ଷକ କୁମୁଦ ଚନ୍ଦ୍ର ନାୟକ ଙ୍କୁ ଉପଦେଷ୍ଟା ରୂପେ ସ୍ଥାନିତ କରାଯାଇଛି । ଏହି ବୈଠକ ରେ ରାଜ୍ୟ ଉପସଭାପତି ସନନ୍ତ ପ୍ରହରାଜ,ଜିଲା ସାଧାରଣ ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ,ସଂଘଠନ ସମ୍ପାଦକ ଦେବଦାସ ଗଣ୍ଡ ,ସହ ବ୍ଲକ ସଂଘ ର କର୍ମକର୍ତା ମାନେ ଏହି ବୈଠକ ରେ ଯୋଗ ଦେଇ ଥିଲେ ।କରୋନା ଯୋଦ୍ଧା,ଏବଂ ଦିବଙ୍ଗତ ଶିକ୍ଷକଙ୍କ ଅମରଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଶେଷରେ ଗୌରୀ ପଣ୍ଡା ଧନ୍ୟବାଦ ଦେଇ ସଭାପତି ସଭା ସାଙ୍ଗ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: