ଲକଡାଉନ ସମୟରେ ଗୋ ମାତାଙ୍କ ପାଇଁପାନୀୟ ଜଳର ବ୍ୟବସ୍ଥା କଲେ ସମାଜସେବି

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୨/୦୫): ହରଭଙ୍ଗା ବ୍ଲକରେ କରୋନା ଓ ଗ୍ରୀଷ୍ମ ର ପ୍ରଭାବ ବୌଦ୍ଧ ଜିଲ୍ଲାରେ ଆଗ ଧାଡିରେ | ଦିନକୁ ଦିନ କରୋନା ଯେମିତି ତାର କାୟ ବିସ୍ତାର କରିଛି ସେମିତି ପ୍ରକୃତି ବି ହରଭଙ୍ଗା ବ୍ଲକକୁ ପିଛା ଛାଡ଼ୁନି | ଗ୍ରୀଷ୍ମ ପ୍ରଭାବରେ ଚାରିଆଡେ ନଦୀ, ନାଳ, ଗାଡ଼ିଆ, ପୋଖରୀ ସୁଖୀ ମାଟି ଫାଟିବାରେ ଲାଗିଛି |

ଘୋର ସମସ୍ୟା ଏଵେ ବ୍ଲକରେ ପାନୀୟ ଜଳ ପାଇଁ | ପ୍ରୀତିଦିନ ସୋସିଆଲ ମିଡିଆରେ ପାନୀୟ ଜଳର ଅଭାବ ଜନତାଙ୍କ ମୁଁହକୁ ଆସୁଥିଲେ ଓ ପ୍ରଶାସନକୁ ଅଭିଯୋଗ କରୁଥିଲେ ବି ସୁଧାର ହେଉନି ଏହି ବ୍ଲକରେ | ଏଣୁ ଗ୍ରୀଷ୍ମ ପ୍ରଭାବରେ ଗୋମାତାଙ୍କ ସେବାରେ ମନ ଲଗାଇଛନ୍ତି ଜୀବନ ଜ୍ୟୋତି ଓଡିଶାର ସ୍ଵଛାସେବୀ ମାନେ | ସୂଚନା ନୁଯାଇ ଆଜି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ଖଜୁରିଆ ଗ୍ରାମରେ | ଗ୍ରାମର ସ୍ଵଛାସେବୀ ପ୍ରଶାନ୍ତ ବିଶି ଓ ଶମ୍ଭୁ ପ୍ରସାଦ ସାହୁ ଗୋମାତା ଙ୍କ ପିଇବା ପାଇଁ ପ୍ରତିଦିନ ଗାଁ ମୁଣ୍ଡରେ ପାଣି ଟାଙ୍କିରେ ପାଣିର ବ୍ୟବସ୍ତା କରୁ ଛନ୍ତି | ଏବଂ ଜୀବନ ଜ୍ୟୋତି ଓଡିଶା ତରଫରୁ ଗାଁ ଗାଁ ବୁଲି ଅସହାୟ ପରିବାର କୁ ଖାଦ୍ୟ ଦେଇ ମୁହଁରେ ହସ ଆଣି ଦେଉଥିବାରୁ ଅଂଚଳ ବାସି ଜୀବନ ଜ୍ୟୋତି ଓଡିଶାର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: