ରାୟଗଡ଼ା ଜିଲ୍ଲା ପୁର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ତପନ ତପାଦାରଙ୍କ ଦେହାନ୍ତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (ତା.୨୨-୦୫): ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶ୍ରୀ ତପନ ତୋପାଦାର ଙ୍କ ଦେହାନ୍ତ ହୋଇଯାଇଛି। ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସ୍ୱର୍ଗତ ତୋପାଦାରଙ୍କ ଅକାଳ ବିୟୋଗ ଜିଲ୍ଲା ବାସୀଙ୍କୁ ଅତ୍ୟନ୍ତ ଦୁଃଖ ଓ କଷ୍ଟଦାୟକ ଓ ମର୍ମାହତ ଜଣେ ଶାନ୍ତ, ସରଳ, ସ୍ପଷ୍ଟବାଦୀ ଓ ସମାଜ ସେବି ଥିଲେ ସ୍ୱର୍ଗତ ତୋପାଦାର।

ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରୁ ଛାତ୍ର ସଂସଦ ସମ୍ପାଦକ ନିର୍ବାଚିତ ହୋଇଥିଲେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ, ଜିଲ୍ଲା ପରିଷଦରେ ୧୯୯୭ ରେ ଜେକେପୁର ଜିଲ୍ଲା ପରିଷଦରୁ ବିଜେପିରୁ ନିର୍ବାଚିତ ହୋଇ ଥିଲେ। ଜିଲ୍ଲାର ବହୁ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବରେ ରହିଥିଲେ। ୨୦୧୨ ରେ ରାୟଗଡ ଜିଲ୍ଲା ସଭାପତି ଭାବରେ ନିର୍ବାଚିତ ହୋଇଥିଲେ | ୨୦୧୫ ରେ ବିଜେପି ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ସର୍ବୋପରି ଦୃଢ ସଂଗଠକ ଭାବରେ ପରିଚିତ ବ୍ୟକ୍ତିତ୍ବକୁ ହରାଇଥିବାରୁ ବିଜେପି ଓ ରାୟଗଡ଼ା ଜିଲ୍ଲାର ଅପୂରଣୀୟ କ୍ଷତି ହୋଇଛି । ଅମରଆତ୍ମାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଏହି ଦୁଃଖଦ ଘଟଣାକୁ ମାନନୀୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂ), ମାନସ ମହାନ୍ତି, ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାପତି, ଟଙ୍କଧର ତ୍ରିପାଠୀ ରାଜ୍ୟ ସମ୍ପାଦକ, ଅଶୋକ ମିଶ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାୟଗଡ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି, ରଜତ ମାଦଳା, ଶିବଶଙ୍କର ଉଲ୍ଲାକା,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବସନ୍ତ ଉଲ୍ଲାକା ସମେତ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଦେବାଶିଷ ପଣ୍ଡା, ନଗର ସଭାପତି ଶ୍ୟାମ ସୁନ୍ଦର ଦାସଙ୍କ ସହ ବହୁ କାର୍ଯ୍ୟକର୍ତା ଶୋକ ପ୍ରକାଶ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: