ରାୟଗଡ ଜିଲ୍ଲା ଖରିଫ ରୁତୁ ପାଇଁ କାର୍ଯ୍ୟକୌଶଳ ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ:-ତା ୨୪.୦୫.୨୦୨୧): ରାୟଗଡ଼ ଜିଲ୍ଲାର ଖରିଫ ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଶେଷ ହୋଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଶାସନ ପ୍ରହରାଜଙ୍କ ଦ୍ଵାରା ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ଵ କରିଥିଲେ ଏହି ସଭା କରୋନା ମହାମାରୀ ଓ କଟକଣା ଯୋଗୁ ଭିଡିଓ କନଫରେସିଙ୍ଗ ମାଧ୍ୟମରେ କରାଯାଇଥିଲେ ମଧ୍ୟ ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ, କୃଷିବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ, ବଡନାଳ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, ଉଠା ଜଳ ସେଚନ ନିଗମର ନିର୍ବାହିଯନ୍ତ୍ରୀ, ମଧ୍ୟମ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି ବିଭାଗର ନିର୍ବାହି ଯନ୍ତ୍ରୀ, ରାୟଗଡ଼,ମୁନିଗୁଡା ଓ ଗୁଣୁପୁର ର କୃଷି ଜିଲ୍ଲାଅଧିକାରୀ, ୧୧ ଟି ବ୍ଲକର ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ, ଜିଲ୍ଲା ମ୍ୟାନେଜର, ଓଡିଶା କୃଷିଶିଳ୍ପ ନିଗମ,ଜୋନାଲ- ମାନେଜର, ରାଜ୍ୟ ବିହନ ନିଗମ, ଜୟପୁର ଓ ବିଭିନ୍ନ ସାର ଯୋଗାଣ କାରୀ କମ୍ପାନୀ ମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ।

ଏହି ବୈଠକରେ ବିହନ ଓ ସାର ଯୋଗାଣ, ଫସଲଋଣ, ମାଟିପରୀକ୍ଷା ଓ ମୂର୍ତ୍ତିକା ସ୍ୱାସ୍ଥ୍ୟ- କାର୍ଡ ବଣ୍ଟନ, ସମନ୍ନିତ ରୋଗ ପୋକ ପରିଚାଳନା, ଜୈବିକ କୃଷି, ଧାନ ପରିବର୍ତେ ଅଣଧାନ ଚାଷ , ଫାର୍ମ ପୋଖରୀ ଓ କୃଷକ ତାଲିମ ଉପରେ ବିଷାଦ ଭାବେ ଆଲୋଚନା କରଯାଇଥିଲା । ଚଳିତ ଖରିଫ ଋତୁରେ ଅଧିକ ଅମଳ କ୍ଷମ ଧାନଚାଷ ୫୫୦୦୦ହେକ୍ଟର, ମକାଚାଷ ୧୦୦୦୦ ହେକ୍ଟର, ମାଣ୍ଡିଆ ୧୧୫୦୦ ହେକ୍ଟର , ଡାଲିଜାତୀୟ ଫସଲ ୨୭୮୭୬ ହେକ୍ଟର, ଢୈଳବୀଜ ୬୩୦୦ ହେକ୍ଟର , କପା ୪୦,୦୦୦ ହେକ୍ଟର , ପନିପରିବା ୧୦୮୦୦ ହେକ୍ଟର , ମସଲା ଜାତୀୟ ଚାଷ ୨୫୫୦ ହେକ୍ଟର ଚାଷ କରାଯିବା ପାଇଁ ସ୍ଥିର କରାଗଲା । ଗୁଣୁପୁର ବ୍ଲକରେ ହୋଇଥିବା ୪ଟି ମେଗା ଉଠା ଜଳସେଚନ ପଏଣ୍ଟ ଅଞ୍ଚଳରେ ୧୦୦୦ ହେକ୍ଟର ଅଣଧାନ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ଏଥିରେ କପା, ହରଡ ଓ ପନିପରିବା ଚାଷ କରାଯିବ। ଚଳିତବର୍ଷ ମୂର୍ତ୍ତିକା ପରୀକ୍ଷାଗାରରେ ୧୦୦୦୦ଟି, ମୂର୍ତ୍ତିକା ପରୀକ୍ଷା ଭ୍ୟାନ ଦ୍ଵାରା ୫୦୦୦ ଟି ଓ ବ୍ଲକ ସ୍ତରୀୟ କୀଟ୍ ଦ୍ଵାରା ୬୬୦୦ ଟି ମାଟି ନମୁନା ସଂଗ୍ରହ କରାଯାଇ ଚାଷିମାନଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଭୁକ୍ତ କରାଯିବ ରାସାୟନିକ ସାର ପ୍ରୋୟୋଗ ପ୍ରତି ହେକ୍ଟର ପିଛା ୮୪.୮ କିଗ୍ରା ପ୍ରୟୋଗ ଲକ୍ଷ୍ୟ ରଖାଯାଇଛି। ସୌର ଜଳନିଧି ଯୋଜନାରେ ଜଳସେଚନ ପାଇଁ ଚାଷୀକୁ ରିହାତି ଯୋଗାଇ ଦିଆଯିବା । ଜିଲ୍ଲାରେ କାର୍ଯ୍ୟକାରୀ ଓଡିଶା ମିଲ୍ଲେଟ ମିଶନ ଜରିଆରେ ମାଣ୍ଡିଆ ଉପ୍ତାଦନ ବୃଦ୍ଧି କରାଯିବ। ଏଥିପାଇଁ ୧୧୫୦୦ ହେକ୍ଟର ମାଣ୍ଡିଆ ଚାଷ ପାଇଁ ଚାଷ ଧାର୍ଯ୍ୟ କରା ଯାଇଛି। ଜୈବିକ କୃଷିକୁ ଗୁରୁତ୍ଵ ଦିଆଯିବ, ବିଶେଷକରି ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ବହୁଳ ଗାଁରେ ଜୈବିକ ଚାଷ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ ଉପନିର୍ଦେଶକ ଖରିଫ ଋତୁରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଡ୍ର୍ଯାଗନ ଫଳଚାଷ ଓ ବର୍ଷା ଦିନିଆ ଆଳୁଚାଷ କରାଯାଉଥିବା କଥା ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଉପରୋକ୍ତ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ ରକ୍ଷା କାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରୀ ଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ କୃଷି , ମାଟି ପରୀକ୍ଷା ଓ ବଳରାମ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ଗୁରୁତ୍ଵରୋପ କରିଥିଲେ । ଏହି ବୈଠକ ପରୋକ୍ଷ ରୂପେ କରାଯାଇଥିଲେ ମଧ୍ୟ ଏଥିରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବହୁତ ଫଳପ୍ରଦ ଆଲୋଚନା କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: