ଆନ୍ଧ୍ର ଓଡିଶା ସୀମାନ୍ତ ଚେକିଂ ପୋଏଣ୍ଟ କେରଡା ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (୯/୦୬): ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ | ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିଵା ସହ ସେମାନଙ୍କୁ ୧୪ ଦିନ ସଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ |

ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି | ଏହି ଗସ୍ତ ସମୟରେ ରାସ୍ତାରେ ଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବା ନେଇ ସଚେତନତା କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ରାୟଗଡ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ସାଥିରେ ଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: