ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗୋଟିଏ ପରିବାରରେ ଦୁଇ ରୋଗୀ,ଚିକିତ୍ସା ପାଇଁ ଆର୍ଥିକ ଅଭାବ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୯-୬-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ଥ ଅଲଣ୍ଡା ଗାଁର ଗୋଟିଏ ପରିବାରରେ ଦୁଇ ଜଣ ରୋଗୀ, ଚିକିତ୍ସା ପାଇଁ ଆର୍ଥିକ ଅଭାବ ଦେଖା ଦେଇଛି । ମୃତ ବାପା ଏ ବାବୁରାଓଙ୍କ ପରିବାର କହିଲେ ସ୍ତ୍ରୀ ଏ ଜଗଦମ୍ବା,୩ ପୁଅ, ଗୋଟିଏ ଝିଅ ରହିଥିଲା । ବାପା ଙ୍କ ମୃତ୍ୟୁ ପରେ ଝିଅ ଜୁଇଁ ଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ବର୍ତ୍ତମାନ ପରିବାରରେ ୮ଜଣ ରହିଛନ୍ତି । ଏମାନଙ୍କ ଚଳିବା ବହୁ କଷ୍ଟ ହେଉଥିବାବେଳେ ଭାଗ୍ୟକୁ ଦୁଇ ଦୁଇ ଜଣ ରୋଗୀ ରହିଛନ୍ତି। ଯେଉଁ ବୟସରେ ରୋଜଗାର କରିବା କଥା ସେ ବୟସରେ ସାନ ପୁଅ ରକ୍ତଚାପ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇରହିଛି ।

ପ୍ରାୟ ୨୦୧୯ ମସିହାରେ ପ୍ରଥମେ ମା ଏ ଜଗଦମ୍ବାଙ୍କୁ ଛାତି ରେ ଯନ୍ତ୍ରଣା ଅନୁଭବ କରିବାପରେ ବିଭିନ୍ନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବାପରେ ଗୋଡ଼ରେ ଦୁଇଟି ପାଣି ଫୋଟକା ହୋଇଥିଲା । ଏହାକୁନେଇ ସ୍ୱାସ୍ଥ୍ୟକେନ୍ଦ୍ର ଦେଖାଇ ଚିକିତ୍ସା କରିବାରୁ ତାହା ଗୋଦରା ଗୋଡ ହୋଇ ରହିଛି । ମାଙ୍କ ଦୁଃଖ ନଯାଉଣୁ ସାନ ପୁଅ ଏ ଗୌରୀପ୍ରସାଦ (୩୬) ରକ୍ତଚାପ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଛି । ୨୦୨୦ ମସିହା ସେପ୍ଟେମ୍ବର ମାସ ୩ ତାରିଖ ରାତ୍ରିରେ ଖାଇ ସୋଇଥିବା ବେଳେ ହଟାତ ଅଣ୍ଟାରେ ଯନ୍ତ୍ରଣା ହେବାରୁ ଛଟପଟ ହୋଇ ଖଟରୁ ତଳେ ପଡିଯାଇଥିଲା । ସେ ଆଉ ଉଠିପାରି ନଥିଲେ । ତାହାକୁ ୫ ତାରିଖରେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ସେଠାରେ ଦୁଇଦିନ ଧରି ଚିକିତ୍ସା ହେବାପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିଥିଲେ ।୭ ତାରିଖରେ ରାୟଗଡା ରେ ପ୍ରାୟ ୬ ଦିନ ଧରି ରହିବାପରେ ରୋଗୀର କୌଣସି ଭଲ ହେବାପରି ନଲାଗିବାରୁ ଉତ୍ତମ ଚିକିତ୍ସା ପାଇଁ କୋରାପୁଟ ଚିକିତ୍ସାଳୟ କୁ ପଠାଇଥିଲେ । ସେଠାରେ ପ୍ରାୟ ୧୦ ଦିନ ଧରି ରହିବାପରେ ପୁଣି ସମ୍ବଲପୁର ଜିଲ୍ଲା ବୁର୍ଲା ଚିକିତ୍ସାଳୟ କୁ ପଠାଇଥିଲେ । ସେଠାରେ ନଭେମ୍ବର ୧୦ ରେ ଯାଇ ପ୍ରାୟ ୧୫ ରୁ ୨୦ ଦିନ ଧରି ଚିକିତ୍ସା ହେବାପରେ ଉତ୍ତମ ଚିକିତ୍ସା ପାଇଁ କଟକ ଚିକିତ୍ସାଳୟ କୁ ପଠାଇଦେଇଥିଲେ । ସେମାନଙ୍କ ପାଖରେ ଥିବାସବୁ ଟଙ୍କା ସରିଯିବା ପରେ ଘରେ ଥିବା ମାଆ ଓ ସାନ ଭାଇର ଚିକିତ୍ସା ପାଇଁ ସୁନାରୁପା ମଧ୍ୟ ବିକ୍ରି କରି ଦେଇଥିଲେ । ସେହି ଟଙ୍କା ସରିଗଲା ସିନା ମାଆ ଭାଇର ଚିକିତ୍ସା ହୋଇପାରି ନାହିଁ । ଉକ୍ତ ଅଞ୍ଚଳ କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରାକା ଆସିଥିବା ବେଳେ ଏହି ଖବର ଶୁଣିଥିଲେ ।ଏହା ଶୁଣିବା ପରେ ନେତା, କର୍ମୀ ଙ୍କୁ ନେଇ ଅଲଣ୍ଡା ଗାଁକୁ ଯାଇ ଗୌରୀ ଙ୍କ ସମସ୍ୟା ବୁଝିଥିଲେ । ଏବଂ ପରିବାରକୁ ସାନ୍ତ୍ୱନା ଦେବାପରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ କିମସ ମେଡିକାଲ ଯିବାପାଇଁ କହିଥିଲେ । ସେମାନଙ୍କ ପାଖରେ ଟଙ୍କା ନଥିବାରୁ ଧାରକରଜ କରି ନଭେମ୍ବର ମାସ ୨୮। ତାରିଖରେ ଏକ ବୁଲେର ଭଡାରେ ନେଇ ଭୁବବେଶ୍ୱର କିମସ ମେଡିକାଲ ଯାଇ ବାହାର ଲର୍ଜ ରେ ୫ ଦିନ ଧରି ରହିବା ପରେ କୌଣସି ଲୋକଙ୍କ ଦେଖା ମିଳିନଥିଲା ।ମେଡିକାଲ ରେ ପଚାରିବାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜମା କଲେ ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କହିବାରୁ ଏମାନଙ୍କ ପାଖରେ ଟଙ୍କା ନଥିବାରୁ ଘରକୁ ଫେରି ଆସିଥିଲେ । ଭୁବନେଶ୍ୱର ଠାରୁ ଘରକୁ ଫେରି ଆସି କିଛିଦିନ ପରେ ଗାଁ ରେ ପୁଣି ଧାର କରଜ କରି ଡିସେମ୍ବର ମାସ ୧୯ ଓ ୨୨ ତାରିଖରେ ଭାଇକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କାଣ୍ଡେଲ ଗାଁରେ ଥିବା ଆୟୁର୍ବେଦ ସେବାସଦନ କୁ ଦୁଇଥର ନେଇ ଦେଖାଇଥିଲେ । କିନ୍ତୁ ଗୌରୀ ର କୌଣସି ସଠିକ ଉପଚାର ହୋଇପାରି ନଥିଲା । ମନ୍ତ୍ରୀ ଙ୍କ ରିପ୍ରେଜେଣ୍ଟପୁଣି ଭୁବନେଶ୍ୱର ର ବ୍ଲୁଇ ୱଇଲ ମେଡିକାଲ ଆସିବାକୁ କହିବାରୁ ପୁଣି ଏହି ପରିବାର ଲୋକେ ୨୦୨୧ ମସିହା ଫେବୃଆରୀ ମାସର ୯ ତାରିଖ ରେ ଗାଡି ଭଡା କରି ଯାଇଥିଲେ । ସେଠାରେ ମଧ୍ୟ ବାହାର ଲର୍ଜ ରେ ୫ ଦିନ ଧରି ରହିବାପରେ କାହାର ଦର୍ଶନ ନ ମିଳିବାରୁ ଏମାନେ ମେଡିକାଲ ରେ ପଚାରିବା ବେଳେ ସେଠାରେ ମଧ୍ୟ ୧୦ ଲକ୍ଷ ଟଙ୍କା ଜମା କଲେ ଚିକିତ୍ସା କରାଯିବ ବୋଲି କହିବାରୁ ଫେରି ଆସିଥିଲେ । ଏହାପରେ ଫେବ୍ରୁଆରୀ ୧୧ ତାରିଖରେ ସରକାରୀ ମେଡ଼ିକାଲ କଟକକୁ ଯାଇ ୫ ଦିନ ଧରି ଚିକିତ୍ସା ହେବା ପରେ ପୁଣି ସେଠାରୁ ଭୁବନେଶ୍ୱର କୁ ପଠାଇ ଦେଇଥିଲେ । ଏମାନେ ଭୁବନେଶ୍ୱର ନଆସି ମାର୍ଚ୍ଚ ୨୪ ତାରିଖରେ ଅଲଟପୁର ଯାଇ ସେଠାରେ ପ୍ରାୟ ୨ ମାସ ରହି ଚିକିତ୍ସା ହୋଇ ଆସିଥିଲେ । ସେ ବର୍ତ୍ତମାନ ଅଣ୍ଟା ଠାରୁ ତଳ ଭାଗ କାମକରୁନାହିଁ । ତାକୁ ରୋଗିଣୀ ମା ପିଲାମାନେ ଟେକା ରଖାକରୁଛନ୍ତି । ଏହା ଶୁଣି ପଞ୍ଚୟତ ତରଫରୁ ଟ୍ରାୟ ସାଇକଲ ଯୋଗାଇଛନ୍ତି । କିନ୍ତୁ ସେ ନିଜେ ସାଇକଲର ବସିପାରୁନାହିଁ । ତାକୁ ପରିବାର ଲୋକେ ଟେକି କରି ବସାଇଲେ ବସୁଛି ଓ ବାହାରେ ବୁଲି ଘରକୁ ଆସିଲେ ପୁଣି ସାଇକଲ ରୁ ବୋହି ବାହାର କରୁଛନ୍ତି । ଏଥିପାଇଁ ସରକାର ତରଫରୁ କିଛି ଆଥିକ ସାହାଯ୍ୟ ମିଳିଲେ ଆମ ପରିବାର ପୁଣି ଥରେ ହସି ଉଠିବ । ଘରେ ଜଣେ ମାତ୍ର ମଝିଆ ପୁଅ ଏ ସମେଶ ଅଟୋ ଚଳାଇ ୮ ପ୍ରାଣୀକୁ ଭରଣ ପୋଷଣ କରୁଛନ୍ତି। ବର୍ତ୍ତମାନ ତାଲା ବନ୍ଦ ହୋଇଥିବାଯୋଗୁଁ ରୋଜଗାର ହୋଇପାରିନି । ସ୍ୱାସ୍ତ୍ୟ ବୀମା କାଡ଼ ନାହିଁ କି ଆବାସ ଯୋଜନା ମିଳିପାରିନାହିଁ।କେବଳ ରେସନ କାଡ଼ ମିଳିଛି ସେଥିରେ କୌଣସି ସୁବିଧା ମିଳିପାରିନାହିଁ ବୋଲି ପରିବାର ଲୋକେ କୋହଭାର କଣ୍ଠରେ କହିଛନ୍ତି ।ଏହିପରିବାରକୁ ସରକାର ସାହାଯ୍ୟ କଲେ ପୁଣି ପୂର୍ବ ଅବସ୍ଥାକୁ ଫେରିବେ ବୋଲି ଗ୍ରାମର ୱାଡ଼ ସଦସ୍ୟ ଦାନୁ କାଡ୍ର।କା, ଲକୀ କାଡ୍ର।କା,ଶ୍ରୀରାମ କାଡ୍ର।କା,ଲକିନାଥ କାଡ୍ର।କା, ରାଜେଶ କାଡ୍ର।କା, ରାମ ହୁଇକା ପ୍ରମୁଖ କହିଛନ୍ତି ।ଏସମ୍ପର୍କରେ ବିଡିଓ କାଳୁ ଚରଣ ନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ଅଲଣ୍ଡା ଗାଁ କୁ ଯାଇ ତଦାରଖ କରିବୁ । ତଦାରଖ ପରେ ଆମେ ଜିଲ୍ଲା ପାଳ ଙ୍କ ନଜରକୁ ଅବଗତ କରାଇବୁ ଯାହା ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: