ରାୟଗଡା ଜିଲ୍ଲାପାଳଙ୍କ ଦ୍ୱାରା ଚୂଡାନ୍ତ ଭୋଟରତାଲିକା ପ୍ରକାଶିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୬/୦୧): ରାୟଗଡା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ତରଫରୁ ଚୂଡାନ୍ତ ଭୋଟର ତାଲିକା ୨୦୧୧ ପ୍ରକାଶ ପାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସରେ ଗତ ୧୬/୧୧/୨୦୨୦ ରିଖରୁ ଆରମ୍ଭ ହୋଇ ୧୫ /୧୨ /୨୦୨୦ ପର୍ଯ୍ୟନ୍ତ ଚାଲିଥିଲା।

ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଗତକାଲି ଜିଲ୍ଲାପାଳ, ଜିଲ୍ଲାର ସମସ୍ତ ଦଳୀୟ କର୍ମଚାରୀ ତଥା ସର୍ବ ସମ୍ମତରେ ଏହି ତାଲିକା ପ୍ରକାଶ କରିଛନ୍ତି। ରାୟଗଡା ଜିଲ୍ଲାର ୦୩ ନିର୍ବାଚନ ମଣ୍ଡଳୀରେ ଯଥା-୧୩୮ ଗୁଣୁପୁର,୧୩୯ ବିଷମକଟକ,୧୪୦ ରାୟଗଡା ନିର୍ବାଚନ ମଣ୍ଡଳୀରେ ୨୦୨୦ ରେ ମୋଟ ୬୬୬୩୩୬ ଜଣ ଭୋଟର ଥିବାବେଳେ ଚଳିତ ସଂଶୋଧନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ୧୫ /୦୧ /୨୦୧୧ ରିଖ ସୁଦ୍ଧା ରାୟଗଡା ଜିଲ୍ଲାରେ ମୋଟ ୬୭୯୨୦୭ ଜଣ ଭୋଟର ଥିବା ଜଣାପଡିଛି। ଚଳିତ ସଂଶୋଧନରେ ୧୯୦୫୮ ଜଣ ନୂଆବହତାର ଯୋଡି ହୋଇଥିବାବେଳେ ୬୧୮୭ ଜଣ ଭୋଟର ଭୋଟ ତାଲିକାରୁ ବାଦପଡିଥିବା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି। ୧୫ -୦୧ -୨୦୧୧ ସୁଦ୍ଧା ୧୩୮ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ- ୧୦୩୩୬୧ ,ମହିଳା -୧୧୦୮୬୬ ଓ ୪୦ଜଣ ତୃତୀୟ ଲିଙ୍ଗବୋଲି ଜଣାପଡିଛି। ୧୩୯ ବିଷମକଟକ ନିର୍ବାଚନ ମଣ୍ଡଳୀରେ ପୁରୁଷ- ୧୦୧୭୮୩, ମହିଳା -୧୧୯୨୯୬, ଓ ୩୬ ଜଣ ତୃତୀୟ ଲିଙ୍ଗ ବୋଲି କହିଛନ୍ତି। ୧୪୦ ରାୟଗଡା ନିର୍ବାଚନ ମଣ୍ଡଳୀରେ ପୁରୁଷ-୧୧୫୩୬୮, ମହିଳା-୧୨୮୩୪୯,ଓ ତୃତୀୟ ଲିଙ୍ଗ- ୧୦୮ ଜଣ ଥିବାର ଜଣାପଡିଛି। ନୂତନ ଭୋଟରମାନଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତଚନ୍ଦ୍ର ପଣ୍ଡା, ରାୟଗଡା ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଶ୍ରୀ ଶିବପାଟ୍ନାଏକ,ଶ୍ରୀ କାଳୀରାମ ମାଝୀ,ଶ୍ରୀ ବସନ୍ତ ଉଲ୍ଲାକା, ବିଦ୍ୟାଭୂଷଣ ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ବ୍ରଜସୁନ୍ଦର ନାୟକ, ଶିବ ପଟନାୟକ, କାଳୀରାମ ମାଝୀ, ବସନ୍ତ ଉଲ୍ଲାକା,ବିଦ୍ୟାଭୂଷଣ ପଣ୍ଡା, ଶ୍ୟାମକୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Welcome to Odisha News24

error: Content is protected !!
%d bloggers like this: