ରାୟଗଡାରେ ରିଲିଜ ହେଲା ନିଜସ୍ୱ ସହରରେ ନିର୍ମିତ ପ୍ରାମାଣିକ ଚଳଚିତ୍ର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୪/୦୪): ଏପ୍ରିଲ ୪ତାରିଖ ରାୟଗଡା ମନୋରଞ୍ଜନ ଦିଗରେ ଏକ ସ୍ମରଣୀୟ ଦିବସ ହୋଇ ରହିଯିବ | ରାୟଗଡା ର କିଛି ଯୁବ କଳାକାର ନିଜସ୍ୱ ଉଦ୍ୟମରେ ୨୦ମିନିଟର ଏକ ପ୍ରାମାଣିକ ଚଳଚିତ୍ର କରି ରିଲିଜ କରିଛନ୍ତି | ରାୟଗଡାର କିଛି ବିକଶିତ ବୁଦ୍ଧି ସମ୍ପନ୍ନ ଟେକ୍ନିସିଆନ ବହୁ ଅସୁବିଧାକୁ ସମ୍ମୁଖୀନ କରି ଆଦିବାସୀ ଜୀବନର ଆଧୁନିକ ଆବଶ୍ୟକତାର ଅସୀମିତ ଇଚ୍ଛାକୁ ନେଇ ଏକ କାହାଣୀକୁ ସୀମିତ ସମୟ ସୀମା ଭିତରେ ପରିପ୍ରକଟ କରିବାକୁ ଚେଷ୍ଟା କରି ସଫଳତା ପାଇଛନ୍ତି |

ଏହି ଚଳଚ୍ଚିତ୍ରଟି ଆଦିବାସୀ ଭାଷା ତଥା ବର୍ତ୍ତମାନର ଆଦିବାସୀ କିଭଳି ନିଜ ପ୍ରକୃତି ମାତାର କୋଳକୁ ପରିତ୍ୟାଗ କରି ଆଧୁନିକତାର ଚକଚମକ ପ୍ରତି ଆକର୍ଷିତ ହୋଇ ଏକ କୁତ୍ରିମ ଜୀବନ ଭିତରେ ହନ୍ତସନ୍ତ ହେଉଛନ୍ତି ଯେଉଁଠି ସେମାନଙ୍କ ଆଧୁନିକ ଆବଶ୍ୟକତା ଇଚ୍ଛାର ଅନ୍ତ ନାହିଁ କି ସେମାନଙ୍କ ଜୀବନରେ ଆଉ ସେଇ ପ୍ରାକୃତିକ ଶାନ୍ତି ନାହିଁ, ଏହିପରି ଏକ ବିଷୟ ଉପସ୍ଥାପନକୁ ନେଇ ନିର୍ମିତ ହୋଇଛି ଏହି କ୍ଷୁଦ୍ର ଚଳଚିତ୍ର | ଏହାର କଥାକାର ତଥା କାହାଣୀ ଲେଖକ ହେଉଛନ୍ତି ଶ୍ରୀ ଅନନ୍ତ ଗୌଡ଼, ନିର୍ଦେଶନା ଦେଇଛନ୍ତି ଡ଼ ନରେନ୍ଦ୍ର କୁମାର ମିଶ୍ର | ଏଥିରେ ରାୟଗଡାର ଲୋକପ୍ରିୟ ଅଭିନେତା ଶ୍ରୀମାନ ବିଶ୍ୱାବସୁ ରାଜଗୁରୁ, ସୋମନାଥ, ଅନନ୍ତ, ଚନ୍ଦନ, ସରୋଜ, ରାଜେନ୍ଦ୍ର, ଜ୍ୟୋତି, ଏବଂ ଖୁସି ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରି ଆକର୍ଷଣୀୟ ତଥା ଜୀବନ୍ତ ଅଭିନୟ କରିଛନ୍ତି | ଚଳଚିତ୍ର ଫୋଟ ଉତ୍ତୋଳନ କରିଛନ୍ତି ଶ୍ରୀ ଶୁଭମ ସାମଲ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ରାୟଗଡାରେ ନିର୍ମିତ ଏସବି ରେକର୍ଡରେ ଶବ୍ଦ ସଂଯୋଜନା କରିଛନ୍ତି ଇଞ୍ଜିନିୟର ବି.କେ ମହାନ୍ତି, ଚଳଚିତ୍ର ରିଲିଜ ହେବା ସମୟରେ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ | ମୁଖ୍ୟ ଆକର୍ଷିଣ ଥିଲେ ଓଡ଼ିଶାର ଜଣାଶୁଣା ମଞ୍ଚ କର୍ମୀ ଶ୍ରୀରଙ୍ଗ ନାୟକ, ତଥା ଅନ୍ୟଜଣେ ଜଣାଶୁଣା ମଞ୍ଚ ନାଟକ କର୍ମୀ ନାଟ୍ୟଶ୍ରୀ ଡ଼ ନରେନ୍ଦ୍ର କୁମାର ମିଶ୍ର ଚଳଚିତ୍ରଟିର ବିଶ୍ଳେଷଣ କରିଥିଲେ | ଏହାର ସଂଗୀତ ତଥା ଅନ୍ୟାନ୍ୟ ସମସ୍ତ ଦାୟିତ୍ୱ ସ୍ଥାନୀୟ କଳାପ୍ରେମୀ ଙ୍କ ସହଯୋଗ ଯୋଗୁଁ ସୁଚାରୁରୂପେ ସମ୍ପାଦିତ ହୋଇ ପାରିଥିଲା |
କେମ୍ବ୍ରିଜ ବିଦ୍ୟାଳୟ ଏହାର ପରିଚାଳନା କରିବାରେ ସହଯୋଗ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: