ରାସ୍ତା ମଝିରେ ହତ୍ୟା କାଣ୍ଡ

ରିପୋର୍ଟ: ରାକେଶ ମହାରଣା //
କୋଦଳା (ପୋଲସରା-୦୧/୦୬): ଗଞ୍ଜାମ ଜିଲ୍ଲା ର ପୋଲସରା ଥାନା ଭାବରଡ଼ା ଗାଁ ଦାଣ୍ଡରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ସେହି ଗାଁର ବୁଲୁ ସାହୁ ଓ ତାଙ୍କ ଅଢେଇ ବର୍ଷର ପୁଅକୁ ଘରୁ ଡାକି ଆଣି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ମାନସିକ ବିକୃତ ପଡୋଶୀ |

ବୁଲୁ କିଛି ବୁଝିବା ଆଗରୁ ବାପା ପୁଅ ଙ୍କ ଉପରକୁ କାତି ଓ କୁରାଢ଼ୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ ବୁଲୁ ସେଠି | ଘଟଣା ସ୍ଥଳରେ ଅଢେଇ ବର୍ଷ ର ପୁଅ ଜଗନ୍ନାଥ ସାହୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ବୁଲୁ ସାହୁ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ମେଡ଼ିକାଲ ଭର୍ତି କରାଯାଇ ଥିବା ବେଳେ ସେଠାରେ ତାଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବାରୁ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ପୋଲସରା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁ ଅଟକ ରଖିବା ସହିତ ହତ୍ୟା କାଣ୍ଡରେ ବ୍ୟବହୃତ ମରଣାସ୍ତ୍ର ଜବତକରି ତଦନ୍ତ ଜାରି ରଖିଛି ପୋଲଶରା ଥାନା ପୋଲିସ |

Welcome to Odisha News24

error: Content is protected !!
%d bloggers like this: