ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୧୭/୦୩) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ନିର୍ମାଣରେ ଅନିୟମିତତାକୁ ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ | ଏହି ଘଟଣାଟି ବୈପାରୀଗୁଡା  ବ୍ଳକର ଗୁପ୍ତେଶ୍ୱର ପିଡାବ୍ଲୁ ଡି ରାସ୍ତା ଠାରୁ ଦୁଧବେଡା ରାସ୍ତା ନିର୍ମାଣରେ ଦେଖିବାକୁ ମିଳିଛି |

କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗୁପ୍ତେଶ୍ୱର ପିଡାବ୍ଲୁ ଡି ରାସ୍ତା ଠାରୁ ଦୁଧବେଡା ପର୍ଯ୍ୟନ୍ତ ୪ କିଲୋମିଟର ୬୦୦ ମିଟର ରାସ୍ତା ନିର୍ମାଣ ଚାଲିଛି | ହେଲେ ଠିକାଦାରଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦେଖାଦେଇଛି | ମେଟାଲ ମୁରୁମ ନିୟମ ଅନୁଯାୟୀ ରୁଲିଂଗ କରାଯାଇନଥିବା ବେଳେ ପିଚୁ କାର୍ଯ୍ୟ ମଧ୍ୟ ସଠିକ ଭାବେ ହେଉନାହିଁ  | ଏହିପରି ନିମ୍ନମାନର ନିର୍ମାଣ କାର୍ଯ୍ୟ କୁ ଗ୍ରାମବାସୀ ବିରୋଧ କରିଥିବା ଜଣାପଡିଛି |

Welcome to Odisha News24

error: Content is protected !!
%d bloggers like this: