ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଂଗପୁର (୨୦/୦୨): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ଆସି ସ୍ୱାସ୍ଥ୍ୟ ସେବା ର ଭିତ୍ତିଭୂମି ତଦାରକ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ମହାପାତ୍ର ଙ୍କ ନେତୃତ୍ବରେ ଡିନ ଓ ପ୍ରିନିଶିପାଲଏସସିବି ମେଡିକାଲ କଲେଜ ଡଃ ଦତ୍ତେଶ୍ଵର ହୋତା, ଉପ ନିର୍ଦ୍ଦେଶକ ପ୍ରଫେସର ଡଃ ଉମାକାନ୍ତ ଶତପଥି ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମାତୃ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ରୋଗୀଙ୍କୁ ଠିକ ରୂପେ ସ୍ୱାସ୍ଥ୍ୟ ସେବା କିପରି ପ୍ରଦାନ କରାଯାଉଛି ସେନେଇ ତଥ୍ୟ ସଂଗ୍ରହ କରିଥିଲେ। ଜିଲ୍ଲାରେ ଶିଶୁ ଓ ମାତୃମୃତ୍ୟୁ ହାର ଅଧିକ ଥିବାରୁ ଗର୍ଭବତୀ ପ୍ରସୂତି ମାଁ , ଅପପୁଷ୍ଟି ର ଶିକାର ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ପ୍ରଦାନ ଉପରେ ଗୁରୁତ୍ଵାରୋପ କରଥିଲେ। ଏହି ପ୍ରତିନିଧି ଦଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର କର୍ମକର୍ତ୍ତା ଙ୍କ ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଓ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ସମ୍ପର୍କ ରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଏହି ଅବସର ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ସମନ୍ଵିତ ରୋଗ ସର୍ବେକ୍ଷଣ ସମ୍ମିଳନୀ ପ୍ରକୋଷ୍ଠ ର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଶୋଭାରଣୀ ମିଶ୍ର, ଡିପିଏମ ସୁଶାନ୍ତ ପ୍ରହରାଜ, ଅତିରିକ୍ତ ଜିଲ୍ଲାପାଳ ନିମାଇ ସୁତାର, ଉପଜିଲ୍ଲାପାଳ ଭାସ୍କର ରୋଇତୋ, ତହସିଲଦାର ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।