ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଦେଇଥିବା ମନ୍ତବ୍ୟ ଅତି ନିନ୍ଦନୀୟ – ଜିଲ୍ଲା ବିଜେପି ସଭାପତି

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୩/୦୨): ନବରଙ୍ଗପୁର ଜିଲ୍ଲାରେ ଗତକାଲି ବିଜେଡ଼ି ଛାତ୍ର ଓ ଯୁବ ସମାବେଶ ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଙ୍କ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଇଥିବା ମନ୍ତ୍ୟବ୍ୟକୁ ଜିଲ୍ଲା ବିଜେପି ଦୃଢ଼ ପ୍ରତିବାଦ କରିଛି । ଆଜି ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମାଲିନୀରେ ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ମନ୍ତ୍ୟବ୍ୟକୁ ନିନ୍ଦା କରିବାସହ ହାସ୍ୟାସ୍ପଦ ବୋଲି କହିଥିଲେ । କେନ୍ଦ୍ର ସରକାର ଜୟପୁର ଓ ନବରଙ୍ଗପୁର ରେଳପ୍ରକଳ୍ପ ପାଇଁ ୨୦୧୭ – ୧୮ ରେ ୨୭୫ କୋଟି ବର୍ତ୍ତମାନ ସୁଦ୍ଧା ମୋଟ ୪୦୦ କୋଟି ମଞ୍ଜୁରୀ କରିଥିବା ବେଳେ ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ସଂପୂର୍ଣ୍ଣ ମାଗଣାରେ ଜମି ଜଗାଇ ଦେବା ନିମନ୍ତେ ସ୍ୱାକ୍ଷର କରିଥିଲେ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଇଞ୍ଚେ ଜାଗା ମଧ୍ୟ ରେଳବାଇକୁ ହସ୍ତାନ୍ତର କରି ନ ଥିବା ବେଳେ କେନ୍ଦ୍ର ସରକାର ଜୟପୁର ନବରଂଗପୁର ରେଳ ଲାଇନ ପାଇଁ ଅବହେଳା କରୁଥିବା କହିବା ହାସ୍ୟାସ୍ପଦ ବୋଲି ଶ୍ରୀ ବିଷୋୟୀ କହିଥିଲେ । ଶ୍ରୀ ଦାସ ବର୍ମା କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ମନ୍ତବ୍ୟ ଦେଇଥିବା ବେଳେ ଶାସକ ଦଳ କେନ୍ଦ୍ରର ଏହି କୃଷି ଆଇନକୁ ସମର୍ଥନ ଜଣାଇଥିଲେ । ଦାସ ବର୍ମା କିଭଳି ଭାବରେ କୃଷି ଆଇନ ବିରୋଧରେ ଭାଷଣ ଦେଇଥିଲେ ସେ ନେଇ ପ୍ରଶ୍ନ କରିବା ସହ ଶ୍ରୀ ବିଷୋୟୀ ନିନ୍ଦା କରିଛନ୍ତି । ଗତ ୨ ତାରିଖ ଦିନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସ ବର୍ମା ନବରଙ୍ଗପୁର ଗସ୍ତରେ ଆସିଥିବା ବେଳେ ଜିଲ୍ଲାର ଚାଷୀ ମାନଙ୍କ ଧାନ ମଣ୍ଡିରେ ପଡି ରହିଥିବା ଦେଖି ୨୪ ଘଣ୍ଟା ମଧ୍ୟରେ ଉଠାଇ ଦିଆଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । କିନ୍ତୁ ଆଜିକୁ ୧୨ ଦିନ ବିତିଯାଇଥିଲେ ସୁଦ୍ଧା ଜିଲ୍ଲାର ମଣ୍ଡିଗୁଡିକରେ ଧାନ ଉଠାଯାଇ ପାରି ନାହିଁ । ଦେଇଥିବା ପ୍ରତଶ୍ରୁତି ପାଳନ ନ କରି ଭିତ୍ତିହୀନ ମନ୍ତବ୍ୟ କୁ ନିନ୍ଦା କରିଛି ଜିଲ୍ଲା ବିଜେପି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଆଜିକୁ ୨୦ ବର୍ଷ ଶାସନ କାଳରେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କେଉଁ କେଉଁ ଯୋଜନା କରିଛନ୍ତି । ସେ ନେଇ ଜିଲ୍ଲାବାସୀଙ୍କୁ ଜାଣନ୍ତୁ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ସାମ୍ବାଦିକ ସମ୍ମଳନୀରେ ଦାବି କରିଛନ୍ତି । ଜିଲ୍ଲା ଯୁବ ଓ ଛାତ୍ର ସମାବେଶ ରେ କେନ୍ଦ୍ର ସରକାରଙ୍କ ଉପରେ ବିଷାଦଗାର କରିଥିବା ବେଳେ ଇନ୍ଦ୍ରାବତୀ ତଳ ଅଞ୍ଚଳରେ ଶୁଷ୍କ ମରୁଭୂମିରେ ପରିଣତ ହୋଇଛି । ଚାଷୀଙ୍କୁ ଟପାଏ ପାଣି ମିଳୁନି । ଶିଳାନ୍ୟାସ ପରେ ଶିଳାନ୍ୟାସ କରାଯାଉଛି । ଇନ୍ଦ୍ରାବତୀ ସେଚ ପ୍ରକଳ୍ପ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ରାଜ୍ୟସ୍ତରୀୟ ନେତାମାନେ ଭାଷଣ ବାଜି ମାରି ଦିନରେ ତାରା ଦେଖାଇଲା ବୋଲି ମନ୍ତବ୍ୟ ଦେଉଥିବା ଦୁଃଖ ପରିତାପର ବିଷୟ ବୋଲି ଶ୍ରୀ ମାଝୀ କହିଛନ୍ତି । ନବରଙ୍ଗପୁର ଜିଲ୍ଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ କେବେ ଚାଷୀଙ୍କ ଜମିରେ ପାଣି ଜଗାଇଦେବେ ସେ ନେଇ ଦାସ ବର୍ମା ମୁହିଁ ଖୋଲି ନ ଥିବା ଜିଲ୍ଲାବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ଶ୍ରୀ ମାଝୀ କହିଥିଲେ । ଏହି ସାମ୍ବାଦିକ ସମ୍ମାଲିନି ରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ନଗର ସଭାପତି ପିଣ୍ଟୁ ମିଶ୍ର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ , ସଞ୍ଜୀବ ନନ୍ଦ , ମନୋଜ ମହାକୁଡ, ଦୈତାରି ମାଝୀ ଓ ଶୁଭମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: