ସାଧାରଣ ଜନତାଙ୍କ ସ୍ୱର

ରାଜ୍ୟରେ ୫୮୮ କୋଟିର ପୁଞ୍ଜି ନିବେଶ, ନିଯୁକ୍ତି ପାଇବେ ୩୨୪୫, ୨୮ ସଂସ୍ଥାକୁ ଜମି ଦେବ ଇଡକୋ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ବର,ତା,୧୦-୧୨): ରାଜ୍ୟରେ ବ୍ୟବସାୟ କ୍ଷେତ୍ରରେ ସଫଳ ରୂପାୟନ ଆଉ ଏକ ଉନ୍ନତି ମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ୫୮୮ କୋଟି ଟଙ୍କାର ନିବେଶରେ ୨୮ ଟି ଶିଳ୍ପ ପ୍ରକଳ୍ପକୁ ତ୍ଵରାନ୍ଵିତ ଗତିରେ ଇଡକୋ ମାଧ୍ୟମରେ ଜମି ଯୋଗାଇ ଦିଆଯାଇଛି । ଆଉ ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ଦ୍ୱାରା ୩୨୪୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏନେଇ ଆଜି ମୂଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକ ବସିଥିଲା । ସେଥିରେ ଏହା ସ୍ଥିର ହୋଇଛି ।

ତେବେ ଏହି ବୈଠକ ରାଜ୍ୟ ଲୋକସଭା ଭବନରେ ଡିଜିଟାଲ ମୋଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଡକୋ ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ ପ୍ରକଳ୍ପ ଗୁଡିକ ବିଷୟରେ ସବିଶେଷ ଆଲୋଚନା ତଥ୍ଯ ଉପସ୍ଥାପନ କରିଥିଲେ । ତେବେ ଶ୍ରୀ ସିଂଙ୍କ ସୂଚନା ଅନୁସାରେ, ପ୍ରକଳ୍ପ ଗୁଡିକ ମୁଖ୍ୟତଃ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦ ପ୍ରକ୍ରିୟା, ମୋଟରଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି, ବିଭିନ୍ନ ପଦାର୍ଥ ଯେପରିକି ମହଜୁଦ ନିମନ୍ତେ ଭଣ୍ଡାର ବ୍ୟବସ୍ଥା, ବିହନ ପ୍ରକ୍ରିୟାକରଣ ଏବଂ ସରଞ୍ଜାମ ନିର୍ମାଣ ଆଦି ଅନ୍ତର୍ଭୂକ୍ତ । ପ୍ରକଳ୍ପ ଗୁଡିକୁ ଜମି ଆବଣ୍ଟନ ନିମନ୍ତେ ନୀତିଗତ ଅନୁମୋଦନ ଦେଇ ଇଡକୋ ଦ୍ଵାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନିୟମ ଅନୁସାରେ ରାଜ୍ୟସ୍ତରୀୟ ସିଲିଙ୍ଗ ୱିଣ୍ଡୋ ଏବଂ ନୋଡାଲ ବିଭାଗ ମାନଙ୍କ ମାଧ୍ୟମରେ ଆସିଥିବା ୧୨ ଟି ଏବଂ ଜିଲ୍ଳାସ୍ତରୀୟ ସିଲିଙ୍ଗ ୱିଣ୍ଡୋ ମାଧ୍ୟମରେ ୧୫ଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ବୈଠକରେ ଜମି ଆବଣ୍ଟନ କରାଯାଇଛି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୂଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଇତ୍ୟାଦି ଅଂଶଗ୍ରହଣ କରିଥିଲେ।

Welcome to Odisha News24

%d bloggers like this: