ରାଜ୍ୟରେ ୧୨୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ , ବଲାଙ୍ଗୀରରେ ୨୭୪

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ବର,୨୩/୦୫:ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ସତ୍ତ୍ବେ ସଂକ୍ରମଣ କମିବାର ନାଁ ଧରୁନି । ଆଜି ୧୨ ହଜାର ପାର୍ ହେଲା ଦୈନିକ ସଂକ୍ରମଣ। ରାଜ୍ୟରେ ୧୨,୮୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ୭୧୯୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫୬୫୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଛି ।

ଆଜି ଅନୁଗୁଳରୁ ୮୭୪, ବାଲେଶ୍ବରରୁ ୫୦୮, ବରଗଡରୁ ୪୬୧, ଭଦ୍ରକରୁ ୧୫୧, ବଲାଙ୍ଗୀରରୁ ୨୭୪, ବୌଦ୍ଧରୁ ୩୪୭, କଟକରୁ ୧୦୭୩, ଦେବଗଡରୁ ୧୦୫, ଢେଙ୍କାନାଳରୁ ୪୮୨, ଗଜପତିରୁ ୭୭, ଗଞ୍ଜାମରୁ ୩୪୦, ଜଗତସିଂହପୁରରୁ ୩୦୦, ଯାଜପୁରରୁ ୩୩୭, ଝାରସୁଗୁଡାରୁ ୩୯୯, କାଳାହାଣ୍ଡିରୁ ୬୬୮, କନ୍ଧମାଳରୁ ୧୦୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୨୮୫, କେଉଁଝରରୁ ୧୮୦, ଖୋର୍ଦ୍ଧାରୁ ୧୯୦୯, କୋରାପୁଟରୁ ୨୭୨, ମାଲକାନଗିରିରୁ ୧୧୪, ମୟୂରଭଞ୍ଜରୁ ୫୮୬, ନବରଙ୍ଗପୁରରୁ ୩୪୪, ନୟାଗଡ଼ରୁ ୩୩୧, ନୂଆପଡାରୁ ୭୦, ପୁରୀରୁ ୪୭୨, ରାୟଗଡାରୁ ୧୯୮, ସମ୍ବଲପୁରରୁ ୩୫୫, ସୋନପୁରରୁ ୫୫, ସୁନ୍ଦରଗଡରୁ ୮୪୮ ଓ ଷ୍ଟେଟ ପୁଲରୁ ୩୩୩ ଜଣ ସଂକ୍ରମିତ ରହିଛନ୍ତି । ଆଜିର ନୂଆ ମାମଲାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୫୭୭୯୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୧୧୮୬୨ଟି ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ସୁଦ୍ଧା ୧୧୩୦୮୫୬୪ଟି କରୋନା ନମୂନା ଟେଷ୍ଟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Welcome to Odisha News24

error: Content is protected !!
%d bloggers like this: