ରାଜ୍ୟରେ ଲକଡାଉନରେ ଅଧାରୁ ପାଠପଢ଼ା ଛାଡିଥିବା ପିଲାଙ୍କ ରିପୋର୍ଟ ହେବ ପ୍ରସ୍ତୁତ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୭/୦୬): ରାଜ୍ୟରେ ଗତ ଦେଢ଼ ବର୍ଷ ହେବ ଶ୍ରେଣୀ ଶିକ୍ଷା ବନ୍ଦ ରହିଛି । ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବା ବେଳେ ନବମ ଶ୍ରେଣୀ ପିଲାଙ୍କୁ ଚଳିତବର୍ଷ ବିନା ପରୀକ୍ଷାରେ ଦଶମକୁ ଉର୍ତ୍ତୀର୍ଣ୍ଣ ମଧ୍ୟ କରାଯାଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ରାଜ୍ୟରେ କେତେ ଛାତ୍ରଛାତ୍ରୀ ଅଧାରୁ ପାଠ ଛରଡିଛନ୍ତି ତାହାର ଜିଲ୍ଲାୱାରୀ ରିପୋର୍ଟ ତଲବ କରାଯାଇଛି । ତେବେ ଏହି ଦାୟତ୍ୱ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ଚୂଡାନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । କେଉଁ କାରଣରୁ ପିଲାମାନେ ଅଧାରୁ ପାଠ ଛାଡିଛନ୍ତି ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ ।

ମିଳିଥିବା ତତ୍ୟ ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ସଂଖ୍ୟା ୭୧୯୦ଟି ରହିଛି । ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୫୯ଲକ୍ଷ ୭୨ହଜାର ୮୭୦ ପିଲା ରହିଛନ୍ତି । ରାଜ୍ୟରେ ଡ୍ରପଆଉଟ୍ ସଂଖ୍ୟା ଗତ ୫ବର୍ଷ ମଧ୍ୟରେ ସର୍ବାଧିକ ହ୍ରାସ ପାଇଥିଲେ ହେଁ ଅନେକ ସମୟରେ ବିଭିନ୍ନ ସହରରେ ବାସକରୁଥିବା ଦିନ ମଜୁରିଆ ତଥା ଗରିବ ପରିବାର ସହର ଛାଡି ଅନ୍ୟତ୍ର ଚାଲିଯାଇଥାନ୍ତି । ସ୍କୁଲରୁ ପିଲାଙ୍କ ଟିସି ନନେଇ ପିଲାମାନେ ସ୍କୁଲ ଛାଡିଥାନ୍ତି । ଫଳରେ ପ୍ରତିବର୍ଷ କେତେ ପିଲା ସ୍କୁଲ ଛାଡିଥାନ୍ତି ତା’ର ତଥ୍ୟ ସ୍ପଷ୍ଟ ହୋଇପାରିନଥାଏ ।
ତେବେ କୋଭିଡ ଲାଗି ରାଜଧାନୀ ସମେତ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକ, ପୁରୀ ଆଦି ପ୍ରମୁଖ ସହରରୁ ଅନେକ ଗରିବ ପରିବାର ନିଜ ଅଞ୍ଚଳକୁ ଚାଲିଯାଇଛନ୍ତି । ଫଳରେ ସେମାନଙ୍କ ପିଲାମାନେ ସ୍କୁଲ ଛାଡିଛନ୍ତି । ସ୍କୁଲ ଖୋଲିନଥିବାରୁ ପକୃତ ପକ୍ଷେ କେତେ ପିଲା ନିଜ ସହର ଛାଡିଛନ୍ତି ତାହା ଜଣାପଡ଼ି ନାହିଁ । ଚଳିତବର୍ଷ ସ୍କୁଲ ଖୋଲିବା ପରେ ପ୍ରଧାନଶିକ୍ଷକ ପିଲାଙ୍କ ଉପସ୍ଥାନ ଏବଂ ଆଧାର ଲିଙ୍କ ତଥ୍ୟ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ସ୍କୁଲ ଛାଡିଥିବା ପିଲାମାନେ କେଉଁ କାରଣରୁ ସ୍କୁଲ ଛାଡିଛନ୍ତି ତାହାର ଯାଞ୍ଚ କରିବା ସହ ସେମାନଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

ତେବେ ଯେଉଁ ପିଲାମାନେ ସହର ଛାଡିଛନ୍ତି ସମ୍ପୃକ୍ତ ପିଲାମାନେ ଯେଉଁ ଅଞ୍ଚଳକୁ ଯାଇଛନ୍ତି ସେଠାରେ କିପରି ସ୍କୁଲକୁ ଫେରିବେ ସେଥିଲାଗି ବିଭାଗ ପକ୍ଷରୁ ଉଦ୍ୟମ କରାଯିବ । ତେଣୁ ଯେଉଁ ପିଲାମାନେ ସ୍କୁଲ ଛାଡିଛନ୍ତି ସେମାନଙ୍କ ନାମ ଏବଂ ପରିବାର ତଥ୍ୟ ସବିଶେଷ ବିବରଣୀ ସଂଗ୍ରହ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣାିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: