ରାଜ୍ୟରେ ପୁଣି ବଢିବ ଲକଡାଉନ !!! ଆଜି ସନ୍ଧ୍ୟାରେ ଗରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୩୦/୦୫): ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ ତା’ଉପରେ ସାରା ରାଜ୍ୟର ନଜର ଥିବା ବେଳେ ଆଜି ସନ୍ଧ୍ୟା ସାଢେ଼ ୬ଟାରେ ରାଜ୍ୟର କରୋନା ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମେ’୧୮ରେ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ ଓ ଲକ୍ଡାଉନ୍ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଥିଲେ ।

ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ସକାଳ ୭ଟାରୁ ୧୧ଟା ଯାଏ ରଖାଯାଇଛି । ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କମାଇ ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ କମୁଛି ସେହି ହାରରେ ଓଡ଼ିଶାରେ ସଂକ୍ରମଣ କମୁନାହିଁ । ଓଡ଼ିଶାରେ ସଂକ୍ରମଣ ସାମାନ୍ୟ କମିଥିଲେ ବି ଏବେବି ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ ରହୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଗକୁ ଯେହେତୁ ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ଏବଂ ରଜ ପର୍ବ ଥିବାରୁ ଜନଗହଳି ବଢ଼ିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର କି ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଶେଷଜ୍ଞଙ୍କ କହିବା ମୁତାବକ ରାଜ୍ୟରେ ଲକଡାଉନ ଅବଧି ପୁଣି ବୃଦ୍ଧି କରାଯିବ । କାରଣ ଲକଡାଉନ ନ କଲେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ରହିଛି । ଅନ୍ୟପଟେ ଦେଶର ୮୦ ପ୍ରତିଶତ ଅଂଚଳ ଏବେ ତାଲା ବନ୍ଦ ଥିବା ବେଳେ ୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଲକ ଡାଉନକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହ ଜୁନ ୭ ତାରିଖ ସକାଳ ୫ଟା ଯାଏଁ ଲକ୍ଡାଉନକୁ ବଢ଼ାଇ ଦିଆଯାଇଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଯାଏଁ ରାଜ୍ୟବ୍ୟାପି ତାଲାବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ପଡୁଚେରୀ, ମେଘାଳୟ ଓ ହିମାଂଚଳ ପ୍ରଦେଶରେ ମଧ୍ୟ ତାଲାବନ୍ଦକୁ ବୃଦ୍ଧି କରାଯାଇଛି ।

Welcome to Odisha News24

error: Content is protected !!
%d bloggers like this: