ରାଜ୍ୟରେ ଆଜି ୧୧୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର,(ଓଡିଶା ନ୍ୟୁଜ୨୪ ବ୍ୟୁରୋ-୨୬/୦୫): ବାତ୍ୟା ଧ୍ବଂସ ରଚୁଥିବାବେଳେ କରୋନା ତାର ପ୍ରଭାବ କମାଉନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୫୦୯ ଜଣ କ୍ବାରେଣ୍ଟାଇନର ରହିଥିବାବେଳେ ୫୧୧୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଅନୁଗୁଳରୁ ୮୨୩, ବାଲେଶ୍ବରରୁ ୫୦୮, ବରଗଡରୁ ୨୫୭, ଭଦ୍ରକରୁ ୪୬୧, ବଲାଙ୍ଗୀରରୁ ୧୭୦, ବୌଦ୍ଧରୁ ୨୦୬, କଟକରୁ ୯୯୮, ଦେବଗଡରୁ ୮୬, ଢେଙ୍କାନାଳରୁ ୪୪୧, ଗଜପତିରୁ ୭୬, ଗଞ୍ଜାମରୁ ୧୫୮, ଜଗତସିଂହପୁରରୁ ୩୧୫, ଯାଜପୁରରୁ ୫୬୦, ଝାରସୁଗୁଡାରୁ ୧୮୪, କଳାହାଣ୍ଡିରୁ ୩୫୨, କନ୍ଧମାଳରୁ ୧୪୧, କେନ୍ଦ୍ରାପଡାରୁ ୧୯୮, କେଉଁଝରରୁ ୧୩୩, ଖୋର୍ଦ୍ଧାରୁ ୨୦୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୨୧୮, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୪୯, ନବରଙ୍ଗପୁରରୁ ୩୦୦, ନୟାଗଡ଼ରୁ ୩୧୬, ନୂଆପଡାରୁ ୫୪, ପୁରୀରୁ ୪୬୨, ରାୟଗଡାରୁ ୨୨୩, ସମ୍ବଲପୁରରୁ ୩୪୨, ସୋନପୁରରୁ ୨୬୧, ସୁନ୍ଦରଗଡରୁ ୬୯୯ ଓ ଷ୍ଟେଟପୁଲରୁ ୩୩୮ ସଂକ୍ରମିତ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୬୦୦୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୬୧୨୯୯୩ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୧୧୦୩୭୩ଟି ସକ୍ରିୟ ମାମଲା ରହିଛି । ସେହିପରି ଏଯାବତ ୧୧୫୦୬୭୪୪ କରୋନା ନମୁନା ପରୀକ୍ଷା ହୋଇଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।

ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ଭାବେ ଦୈନିକ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଅନୁଗୁଳ ଓ ଖୋର୍ଦ୍ଧାରୁ ୫ ଜଣ , ନବରଙ୍ଗପୁର ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ୩ ଜଣ, କଳାହାଣ୍ଡି, ଝାରସୁଗୁଡା, କୋରାପୁଟରୁ ୨ ଜଣ ଲେଖାଏଁ ମୃତ୍ୟୁ ହୋଇଛି । ଅନ୍ୟପଟେ ଭଦ୍ରକ, କଟକ, ବୌଦ୍ଧ, ଜଗତସିଂହପୁର, ନୟାଗଡ, ରାୟଗଡା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନାରେ ଜୀବନ ହରାଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: