ରାଜ୍ୟବାସୀଙ୍କ ପାଇଁ ଉଦ୍ଧିଷ୍ଟ ଜନହିତକର କାର୍ଯ୍ୟରେ ସାମିଲ ହୁଅନ୍ତୁ:ସ୍ନେହାଙ୍ଗିନୀ ଛୁରିଆ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ଅତାବିରା (୨୦/୦୧): ବରଗଡ ଜିଲ୍ଲା ଅତାବିରା ବ୍ଲକ ଠାରେ ବୁଧବାର ଦିନ ମଧୁବାବୁ ପେନସନ, ଭତ୍ତା, ଟ୍ରାଇସାଇକେଲ, ହୁଇଲଚେୟାର ଆଦି ବଣ୍ଟନ କରାଯାଇଥିଲା l ଓଡ଼ିଶା ସରକାର ରାଜ୍ୟବାସୀଙ୍କ ପାଇଁ ଜନହିତକର ଯୋଜନା ଉପରେ ଗୁରୁତ୍ୱ ଦେଇଚାଲିଛନ୍ତି l ସେ ସବୁ ଯୋଜନା ଗୁଡିକ ଗରିବ ଜନସାଧାରଣଙ୍କ ପାଖକୁ ସଠିକ ଭିବେ କେମିତି ଶୀଘ୍ର ପହଂଚି ପାରିବ ତାହା ସରକାରଙ୍କ ପ୍ରଥମ ପ୍ରାଥମିକତା ଦେଉଛନ୍ତି |

ସମସ୍ତ ବ୍ଲକ,ପଂଚାୟତ, ପୌରପରିଷଦ ମାନଙ୍କ ଦ୍ୱାରା ସରକାର ଜନସାଧାରଣ ମାନଙ୍କ ପାଖକୁ ସମସ୍ତ ଯୋଜନା ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି | ଏ ପରିପେକ୍ଷୀରେ ଆଜି ତା ୨୦/୦୧/୨୧ ରିଖ ବୁଧବାର ଦିନ ଅତାବିରା ବ୍ଲକ କାର୍ଯ୍ୟାଳୟ ଠାରେ ସମସ୍ତ ପଂଚାୟତ ସ୍ତରରୁ ସର୍ବମୋଟ ୩୯୦ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ମଧୁବାବୁ ପେନସନ ଏବଂ ଟ୍ରାଇସାଇକେଲ(୧୩) ଆଦି ବଣ୍ଟନ କରାଯାଇଛି | ଏହି ସଭାରେ ମୁଖ୍ୟଅତିଥି ଭାବେ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ନବୀନ ବାବୁଙ୍କ ଗୁଣଗାନ କରିବା ସଙ୍ଗେସଙ୍ଗେ ସରକାରଙ୍କ ମହତ ଚିନ୍ତାଧାରାରେ ସାମିଲ ହେବାପାଇଁ ମନ୍ତବ୍ୟ ପ୍ରଦାନ କରିଥିଲେ l ଅତାବିରା ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦ, ତହସିଲଦାର, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦିପାଞ୍ଜଳୀ ଭରାସାଗର, ବିଜ୍ଞାପିତ ଅଞ୍ଚଳ ପରିଷଦର ଉପଧ୍ୟକ୍ଷା, ସମସ୍ତ କାଉନସିଲରଙ୍କ ସହ ବ୍କକ ଅଧିନସ୍ଥ ସମସ୍ତ ସରପଞ୍ଚ ଉପସ୍ଥିତି ପରିଲକ୍ଷୀତ କରାଯାଇଥିଲା | ଏଇ ଅବସରରେ ବ୍ଲକରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: