ରାଜଧାନୀରେ ଘରେ ପଶି ମା-ଝିଅଙ୍କୁ ଆକ୍ରମଣ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୫-୧୨:ଭୁବନେଶ୍ୱର ଚକେଇସିହାଣୀ ସ୍ଥିତ ଶ୍ରୀରାମ ନଗର ଅଞ୍ଚଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଘରେ କେହି ନଥିବା ସମୟରେ ରେଖା ଶାହା ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି। ଏନେଇ ରେଖା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ,ସନ୍ଧ୍ୟା ସମୟରେ ରେଖା ଶାହାଙ୍କ ଝିଅ ଘର ବାହାରକୁ କୌଣସି କାମରେ ଯିବା ସମୟରେ ପଡୋଶୀ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଝିଅ ମା’ଙ୍କୁ ଫୋନ୍ କରି ଡାକିଥିଲେ । ଘଟଣା ସ୍ଥଳରେ ରେଖା ପହଞ୍ଚି ଝିଅକୁ ଏପରି ଇଙ୍ଗିତ କରିବାର ଅର୍ଥ ପଡ଼ୋଶୀଙ୍କୁ ପଚାରିବାରୁ ସେ ଓଲଟି ରେଖାଙ୍କୁ ଗାଳି ଗୁଲଜ ଓ ମାଡ ପିଟି କରିବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପଡ଼ୋଶୀଙ୍କ ସ୍ୱାମୀ (ସଞ୍ଜୟ ରାଉତ) ରେଖାଙ୍କ ପାଦରେ ଗାଡି ଚଢ଼େଇବାରୁ ରେଖା ପଡିଯାଇଥିଲେ । ସାନ ପୁଅ ମା’ଙ୍କୁ ଉଠାଇବା ବେଳେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡା ବଢି ଉଗ୍ର ରୂପ ଧାରଣ କରିଥିଲା । ପରେ ପୁଅ (ରୋହିତ କୁମାର ଶାହା)ଙ୍କୁ ଘର କାମ ହେଉଥିବା ଶାବଳରେ ମାରି ମୁଣ୍ଡ ଫଟେଇଦେଇଥିଲେ ।
ପୁଅକୁ ବଞ୍ଚାଇବା ସମୟରେ ଉଭୟ ସ୍ୱମୀ ସ୍ତ୍ରୀ ରେଖାଙ୍କ ବେକରୁ ସୁନା ଚେନ ଛଡ଼ାଇବାକୁ ଉଦ୍ୟମ ମଧ୍ୟ କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ୪ଜଣ ଅଜଣା ବ୍ୟକ୍ତି ପଡ଼ୋଶୀଙ୍କ ସହ ମିଶି ରେଖାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏହି ଘଟଣା ନିମନ୍ତେ ରେଖା ଓ ତାଙ୍କ ପରିବାର ନିକଟସ୍ଥ ଥାନାଧିକାରୀଙ୍କ ପାଖରେ ଉଚିତ୍ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: