ରାଜଧାନୀରେ କରୋନା ରୋଗୀଙ୍କୁ ଘରେ ଘରେ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇବ ବିଏମସି

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୬/୦୬): କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବଢିବାରେ ଲାଗିଛି । ସଂକ୍ରମିତଙ୍କ ପାଇଁ ଅକ୍ସିଜେନର ଆବଶ୍ୟତା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେବେ ରାଜଧାନୀରେ ଅକ୍ସିଜେନ୍ ଯୋଗାଣ ପାଇଁ ବିଏମସି ବଡ଼ ପଦକ୍ଷେପ ନେଇଛିି । ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇବ ବୋଲି ବିଏମସି କହିଛି ।

ସୋମବାର ଠାରୁ ଏହି ସେବା ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଏମସିକୁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇ ଦେଇଛନ୍ତି । ଅକ୍ସିଜେନ୍ କନସେଣ୍ଟ୍ରେଟର ନେଇ ଲୋକଙ୍କୁ ବୁଝାଇବା ପାଇଁ କଲ ସେଣ୍ଟରର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ବିଏମସି ପକ୍ଷରୁ ୧୫ ଦିନ ହେଲା ସ୍ୱତନ୍ତ୍ର ଅଭିଯାନ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ଚାଲିଥିବା ବେଳେ ସୋମବାର ଠାରୁ ୧୮ରୁ ୪୪ବର୍ଷ ବର୍ଗଙ୍କ ଟିକାକରଣ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି । ଏବେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ଟିକାକାରଣ କାର୍ଯ୍ୟ ଜାରି ରହିଛି । ନୟାପଲ୍ଲୀ ସ୍ଥିତ ଏକ ସରକାରୀ ସ୍କୁଲରେ ଅପରାହ୍ନ ୩ଟାରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: