ରାଇକିଆ ଠାରେ କଂଗ୍ରେସ ର ୬ଘଣ୍ଟିଆ ବନ୍ଦ ପାଳନ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୫/୦୨): ଗତ କିଛି ଦିନ ହେଲା ସାରା ଦେଶରେ ଡ଼ିଜେଲ ଓ ପେଟ୍ରୋଲ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି।ଯାହାଫଳରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।

ତେଲ ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ଦଳ ତରଫରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହାକୁ ସମର୍ଥନ ଜଣାଇ ରାଇକିଆ ଠାରେ ମଧ୍ୟ ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ କର୍ମୀମାନେ ଏକାଠି ହୋଇ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ ସମସ୍ତଙ୍କୁ ସଚେତନ କରିଥିଲେ।ସହର ର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହ ମୋଦୀ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।ଏଥିରେ ବହୁ କର୍ମୀମାନେ ଉପସ୍ଥିତ ଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: