ରାଇକିଆରେ ବିଜେପି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୭/୦୩): କନ୍ଧମାଳ ଜିଲ୍ଲା ସ୍ତରୀୟ ବିଜେପି କାର୍ଯ୍ୟାକାରିଣୀ ବୈଠକ ବୁଧବାର ରାଇକିଆ ସ୍ବାସ୍ତିକ୍ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ, ଜିଲ୍ଲା ସଂଖ୍ୟା ଲଘୁ ସଭାପତି ରାମବିସି ଦିଗାଳ, ଜିଲ୍ଲା କମିଟି ସଭାପତି ଜଗନ୍ନାଥ ସାହୁ,ମାନସ ମହାନ୍ତି, ପୁର୍ବତନ କରେନ୍ଦ୍ର ମାଝି,ପଦ୍ମ ଚରଣ ଦାସ,କମଳା ପାଣ୍ଡେ, ନେତ୍ରମାନ ସେଠ୍,ସମସ୍ତ ମଣ୍ଡଳ ସଭାପତି ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରାଯାଇଛି। ପ୍ରତ୍ୟେକ ମଣ୍ଡଳ ସ୍ତରୀୟରରେ କମିଟି ଗଠନ କରିବା, ଆଗାମୀ ନିର୍ବାଚନରେ ଦଳ କୁ କିପରି ସୁଦୃଢ କରାଯିବ ସେଥିପାଇଁ ଗୁରୁମନ୍ତ୍ର ଦିଆଯାଇଛି। କାର୍ଯ୍ୟକ୍ରମକୁ ମାନଗୋବିନ୍ଦ ପ୍ରଧାନ ପରିଚାଳନା କରିଥିଲେ।ଏଥିରେ ବହୁ ସଂଖ୍ୟକ ଭାଜପା ଦଳିୟୀ କର୍ମୀ ଯୋଗଦେଇଥିଲେ |

Welcome to Odisha News24

error: Content is protected !!
%d bloggers like this: