ସାଧାରଣ ଜନତାଙ୍କ ସ୍ୱର

ରାଇକିଆକୁ ଏନ୍ଏସି ମାନ୍ୟତା ପାଇଁ ପଞ୍ଚାୟତ ସମିତି ବୈଠକରେ ମିଳିଲା ଅନୁମୋଦନ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ,୧୮/୨): କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ପ୍ରସଙ୍ଗ କୁ ନେଇ ବୈଠକ ରେ ଆଲୋଚନା ହୋଇଥିଲା । ବିଶେଷ କରି ଲଘୁ ବନ ଜାତ ଦ୍ରବ୍ୟ କୁ ନେଇ ଦର ନିର୍ଧାରଣ, ପାଣି ସମସ୍ୟା, ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଗୁଡ଼ିକ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏହାର ମରାମତି ସମ୍ପର୍କ ରେ ଲୋକ ପ୍ରତିନିଧି ମାନେ ଦାବି କରିବା ସହ ନିଜର ମତ ରଖିଥିଲେ ।

ରାଇକିଆ କୁ ଏନ୍ଏସି ମାନ୍ୟତା ପାଇଁ ଦୀର୍ଘ ଦିନ ହେଲା ହୋଇ ଆସୁଥିବା ଦାବି କୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହାକୁ ସର୍ବ ସମ୍ମତି କ୍ରମେ ଅନୁମୋଦନ ମଧ୍ୟ ମିଳିଥିଲା । ବୈଠକ ରେ ବ୍ଲକ୍ ଅଧ୍ୟକ୍ଷା ମାନିନୀ ପ୍ରଧାନ, ଉପାଧ୍ୟକ୍ଷ ସୁରେଶ ପ୍ରଧାନ, ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ସାଂସଦ ପ୍ରତିନିଧି ସୁଧାଂଶୁ ପାଣଗ୍ରାହୀ, ବିଧାୟକ ପ୍ରତିନିଧି ସୁଶିଲ ଦିଗାଲ, ଜିଲ୍ଲାପରିଷଦସଭ୍ୟ ମୃତ୍ୟୁଞ୍ଜୟପାତ୍ର, ଝୁଲୀମା ଦଳ ବେହେରା,ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Welcome to Odisha News24

%d bloggers like this: