ରହସ୍ୟ ଘେରରେ ବୋରିଗୁମ୍ମାରେ ନବନିର୍ମିତ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟନ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ, ୭/୧୨): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ ଗତ କାଲି ସନ୍ଧ୍ୟା ୭ଟା ୪୨ ମିନିଟ ସମୟରେ ଉଦଘାଟନ କରାଯାଇଛି ।ଏହାକୁ ଉଦଘାଟନ କରିଛନ୍ତି ଜୟପୁର ମାନ୍ୟବର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ।

କିନ୍ତୁ ବ୍ୟବଚ୍ଛେଦ ଗୃହ କାନ୍ଥରେ ଥିବା ଫଳକରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିମଳା ଚଲାଣ ତଥା ବୋରିଗୁମ୍ମା ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ଜାନୀଙ୍କ ନାମ ଉଲ୍ଲେଖ ଥିବା ସତ୍ତ୍ବେ ସେମାନେ ଉଦଘାଟନୀ ସମାରୋହରେ ଅନୁପସ୍ଥିତ ରହିଥିବା ଜନସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି । ସର୍ବୋପରି କାର୍ଯ୍ୟର ଅଟକଳ ମୂଲ୍ୟ ତଥା ଅନୁଦାନ ଯୋଗାଇ ଦେଇଥିବା ସରକାରୀ ବିଭାଗ ବା ପାଣ୍ଠି ର ନାମ ଉଲ୍ଲେଖ ନ ଥିବା ବିଷୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ପ୍ରକାଶ ଥାଉ କି,ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ କିଛି ଦିନ ତଳେ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ଇନ୍ଦିରା ନନ୍ଦ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ କାହିଁକି ଲୋକାର୍ପଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ ।ଉଦଘାଟନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଏଲ୍. ନାରାୟଣ ରାଓ,ବ୍ଲକ୍ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା,ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡାକ୍ତର ରାଜାରାମ ସ୍ୱାଇଁ,ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: