ରଷ୍ଟ୍ରୀୟ ମଜଦୂର କଂଗ୍ରେସର ନବରଙ୍ଗପୁର ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର : ୦୨/୦୩) : ଆଜି ନିର୍ମାଣ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ନବରଙ୍ଗପୁର ଶାଖା ପକ୍ଷରୁ ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ନବରଙ୍ଗପୁର ଶାଖା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ବିଘ୍ନରାଜ ନାୟକଙ୍କ ନେତୃତ୍ୱରେ ନବରଙ୍ଗପୁର ଷ୍ଟାଡିଅମ ଠାରୁ ଏକ ରାଲି ମାଧ୍ୟମରେ ଆସି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଆମ ରାଜ୍ୟର ୨୯ ଲକ୍ଷ ନିର୍ମାଣ ଶ୍ରମିକ ନିର୍ମାଣ ଶ୍ରମିକ ୱେଲଫର ବୋର୍ଡର ସଦସ୍ୟ ହୋଇଛନ୍ତି । ଏହି ୨୯ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ୧୦ ଲକ୍ଷରୁ ଅଧିକ ଶ୍ରମିକ କୋଭିଡ -୧୯ ରେ ଦିଆଯାଇଥିବା ୧୫୦୦ଟଙ୍କା ପାଇନଥିବା ଏହି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।

ଏହା ଛଡା କୋଭିଡ – ୧୯ ରେ ଅନ୍ୟ ରାଜ୍ୟ ଦିଲ୍ଲୀ ୧୨୦୦୦ , ହରିୟାଣା ରେ ୯୦୦୦ , ପଞ୍ଜାଵ ରେ ୬୦୦୦ , ଉତ୍ତର ପ୍ରଦେଶ ରେ ୩୦୦୦ , କର୍ଣ୍ଣାଟକ ରେ ୫୦୦୦ , ମହାରାଷ୍ଟ୍ର ରେ ୩୦୦୦ ଏବଂ ବିହାରରେ ୩୦୦୦ ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ଓଡ଼ିଶାରେ ସବୁଠାରୁ କମ ଦିଆଯାଇଥିବା ଉଲ୍ଲେଖ ରହିଛି । ଏହା ବ୍ୟତୀତ ୧) ବର୍ଷ ବର୍ଷ ଧରି ଶ୍ରମିକ ମାନେ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ନାମ ପାଞ୍ଜି କରଣ ପାଇଁ ଦରଖାସ୍ତ ଦେଇଥିଲେ ମଧ୍ୟ ବିଭିନ୍ନ ଅଳ ଦେଖାଇ ସେମାନଙ୍କୁ ପଞ୍ଜିକୃତ କରାଯାଉନାହିଁ । ୨) ସହାୟତା ପାଇବା ପାଇଁ ପଞ୍ଜିକୃତ ଶ୍ରମିକ ମାନଙ୍କ ପଞ୍ଜିକୃତ କରାଯାଉ ନାହିଁ ଯାହା ଫଳରେ ସେମାନେ ବିଭିନ୍ନ ସୁଵିଧା ରୁ ବଞ୍ଚିତ ହେଉଛନ୍ତି । ୩) ମୃତ୍ୟୁ କାଳୀନ ସହାୟତା , ପ୍ରସୂତି କାଳୀନ ସହାୟତା , ଶିକ୍ଷା , ଏବଂ ବାସଗୃହ ପ୍ରଭୃତିରେ ବିଲମ୍ଭ ହେଉଛି । ୪) ୨୯ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ୭ ଲକ୍ଷ ଶ୍ରମିକଙ୍କୁ ନବୀକରଣ ହୋଇ ନ ଥିବା କହି ବାଦ ଦିଆଯାଇଛି ଯଦ୍ୱାରା ସେମାନେ କୋଭିଡ -୧୯ ରେ ଦିଆଯାଇଥିବା ୧୫୦୦ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ୫) ନିର୍ମାଣ ଶ୍ରମିକ ଆଇନ ୧୯୯୬ ରାଜ୍ୟରେ ଲାଗୁ କରାଯିବା ପରଠାରୁ ଘରୋଇ ବିଲ୍ଡରସ ଆଉ କଣ୍ଟ୍ରାକ୍ଟର ଠାରୁ ୧ ପ୍ରତିଶତ ସେସ ଲାଗୁ କରାଯାଉ । ୬) ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କୁ ଶ୍ରମିକ କଲ୍ୟାଣ ପରିଷଦରେ ରେଜିଷ୍ଟ୍ରି ଭୁକ୍ତ କରାଯାଉ । ୭) ନିର୍ମାଣ ଶ୍ରମିକ ପାଞ୍ଜି କରଣ ଏବଂ ନବୀକରଣ ସମୟରେ ରାଜନୈତିକ କର୍ମକର୍ତ୍ତା ଙ୍କ ହସ୍ଥକ୍ଷେପ ବନ୍ଦ କରାଯାଉ । ୮) ଜିଲ୍ଲା ଶ୍ରମ ବିଭାଗ ର ମାନମୁଖୀ କାର୍ଯ୍ୟ ବନ୍ଦ କରାଯାଉ । ୯) ଘରୋଇ ଶିକ୍ଷା ଅନୁଷ୍ଠାନ ରେ ପାଠ ପଢ଼ୁଥିବା ଶ୍ରମିକଙ୍କ ପିଲାଙ୍କ ପାଇଁ ସହାୟତା ଦିଆଯାଉ । ୧୦) ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମସ୍ତ ସହାୟତା ତୁରନ୍ତ ପ୍ରଦାନ କରାଯାଉ । ୧୧) କେନ୍ଦ୍ର ସରକାରଙ୍କ ୪ ଟି ଲେବର କର୍ଡ଼ ଓ ୩ ଟି କୃଷି ଆଇନ କୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଏହିଭଳି ୧୧ ଗୋଟି ଦାବି ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ନବରଙ୍ଗପୁର ଶାଖା ପକ୍ଷରୁ ଜିଲ୍ଲାର ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ରାଲି ମାଧ୍ୟମରେ ଯାଇ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରିଥିଲେ ।ଏଠି ସହିତ ଉଲ୍ଲେଖ କରାଯାଇଥିବା ଦାବି ଗୁଡିକ ତୁରନ୍ତ କାର୍ଯ୍ୟ କାରୀ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ନବରଙ୍ଗପୁର ଶାଖା ସଂଘର ସଭାପତି ବିଘ୍ନରାଜ ନାୟକ ଚେତାବନୀ ଦେଇଛନ୍ତି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ବିଘ୍ନରାଜ ନାୟକ , ମହିଳା ସଭାପତି ଇଲା ସରକାର , ସୁଧାଂଶୁ ଚାଲାଣ , କୈଳାଶ ନାୟକ , ମେହେରୁ ନାୟକ , ଆକାଶ ଖଣ୍ଡ ପାନ , ଲଷ୍ମୀ ମୁଦୁଲି , ଜୟନ୍ତୀ ହିଆଲ , ମନଦେଇ ନାଗ , ନୁର ପତି ମୁଦୁଲି ପ୍ରମୁଖ ଙ୍କ ସମେତ ଜିଲ୍ଲାର ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ଉପସ୍ଥିତ ରହିଥିଲେ |

Welcome to Odisha News24

error: Content is protected !!
%d bloggers like this: