ସାଧାରଣ ଜନତାଙ୍କ ସ୍ୱର

ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର ବୈଠକ ଅନୁଷ୍ଠିତ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୨୮/୨): ରବିବାର ସନ୍ଧ୍ୟା ୫ଟା ସମୟରେ ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା |a0821477 9d78 4fa1 9510 35d6655f0016

ସଭାପତି ସ୍ବର୍ଗତ ସରୋଜ କୁମାର ତ୍ରିପାଠି ସ୍ଵର୍ଗାରୋହଣ ଓ ଉପସଭାପତିଙ୍କ ଅନୁପ୍ଥିତି ହେତୁ ସର୍ବ ସମ୍ମତି କ୍ରମେ ଆଜିର ସଭାକୁ ବରିଷ୍ଠସଦସ୍ୟ ବାବା କମଳ ଦାସଙ୍କୁ ସଭାପତିତ୍ୱରେ ଆରମ୍ଭ କରାଯାଇଥିଲା | ପୂର୍ବ ସଭାର ସଂକଳ୍ପ ଉପରେ ସମସ୍ତ ସଦସ୍ୟ ମତ ଉପସ୍ଥାପନ କଲେ, ନୂତନ ସଭାପତି ବିନା କମିଟିର ଦୈନନ୍ଦିନ କାର୍ଯ୍ୟ ନିର୍ବାହ କରିବା ଅସମ୍ଭବ ହେତୁ ନୂତନ ସଭାପତି ଚୟନ କରିବାକୁ ନିଷ୍ପତ୍ତି ନିଆଗଲା | ପୂର୍ବ ସଭାର ନିଷ୍ପତି ଓ ଆଲୋଚନା ଅନୁଯାୟୀ ସଭାପତି ପଦ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲସଂଘର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ଶଶିଭୂଷଣ ପୁରୋହିତଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଥିଲା | ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ପ୍ରସ୍ତାବ ଓ କୋଷାଧ୍ୟକ୍ଷ ବୈବସ୍ଵତ ବିଶ୍ଵାଳଙ୍କ ସମର୍ଥନ କ୍ରମେ ଏବଂ ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତରେ ତାଙ୍କୁ ସଭାପତି ଭାବରେ ଚୟନ କରାଗଲା |

Welcome to Odisha News24

%d bloggers like this: