ସାଧାରଣ ଜନତାଙ୍କ ସ୍ୱର

ରତନପଥର ଜବତ ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି – କଂଗ୍ରେସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୮/୧୨): ରାୟଗଡା ସହରରୁ ବିପୁଳ ପରିମାଣରେ ରତ୍ନପଥର ଜବତ ଘଟଣାରେ ବିଜେଡି ଦଳର ସାଂସଦ,ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଛି ବୋଲି କଂଗ୍ରେସ ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଜିତେନ୍ଦ୍ର କୁମାର ବେହେରା ରାଜ୍ୟର ବହୁ ମନ୍ତ୍ରୀ ବିଧାୟକ ସାଂସଦଙ୍କ ସହ ଜିଲ୍ଲାର ବହୁ ନେତାଙ୍କ ଛତ୍ର ଛାୟା ତଳେ ରହି କାର୍ଯ୍ୟ କରୁଥିବା କହିଛନ୍ତି l

ଗତ କାଲି କ୍ରାଇମବ୍ରାଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କୁ ଦୁଇବସ୍ତା ରତ୍ନ ପଥର ସହିତ ଜବତ କରିଥିଲେ l ଏଥିରେ ୨୦ ପ୍ରକାର ରତ୍ନ ପଥର ରହିଥିଲା l କଂଗ୍ରେସ ଦଳଙ୍କ କହିବା ଅନୁଯାୟୀ ଓଡିଶା ସରକାରଙ୍କ ଅନୁସୂଚିତ ଜାତିଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ସହ ଘନିଷ୍ଠତା ରହିଛି ବୋଲି ଅଭିଯୋଗ କରିଛନ୍ତି। କେବଳ ଜଗନ୍ନାଥ ସାରକା ନୁହନ୍ତି କ୍ୟାପଟେନ ଦିବ୍ୟଶଙ୍କର ଦେବ, ରମେଶ ମାଝୀ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ପୂର୍ବତନ ସାଂସଦ ଝୀନ୍ନ ହିକକା, ବର୍ତମାନ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ସହ ଗିରଫ ହୋଇଥିବା ଜିତେନ୍ଦ୍ର କୁମାରଙ୍କ ଘନିଷ୍ଠତାର ଶହଶହ ଫୋଟ ରହିଛି ବୋଲି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି l ଏଭଳି ଅସାମାଜିକ କାର୍ଯ୍ୟକୁ ପ୍ରଶୟ ଦେଉଥିବା ବିଧାୟକ ଓ ମନ୍ତ୍ରୀମାନେ କି ପ୍ରକାର ଜନ ସେବକ ବୋଲି ପ୍ରଶ୍ନ ଉଠାଇଛନ୍ତି l ଏଥିସହିତ ତୁରନ୍ତ ମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ମନ୍ତ୍ରୀ ପଦରୁ ଏବଂ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି l

Welcome to Odisha News24

%d bloggers like this: