ରଜ ପାଇଁ ରାଜଧାନୀରେ କଡା କଟକଣା: ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୦୬): ସାବିତ୍ରୀରେ ବିଭିନ୍ନ ବଜାରରେ ଭିଡ ଦେଖିବାକୁ ମିଳିଥିବା ବେଳେ ରଜରେ ମଧ୍ୟ ଏଭଳି ଆଶଙ୍କା ରହିଛି । ଏପରି ସ୍ଥଳେ ରଜ ପାଇଁ ରାଜଧାନୀରେ କଟକଣା କଡାକଡି କରାଯାଇଛି । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କମିଶନର କହିଛନ୍ତି, ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଛି । ଯେଉଁମାନେ କୋଭିଡ୍ କଟକଣା ନ ମାନିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର । ଏମିତିକି ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏଥିସହିତ କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ ସେ ଟୁଇନ ସିଟିବାସୀଙ୍କୁ ଅପିଲ କରିଛନ୍ତି । ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ କମିଶନରେଟ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ବିଭିନ୍ନ ଛକ ବଜାରରେ ଭିଡ଼ ଜମିଥିଲା । ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଥିଲା । ଏହାସହ ବେପାରୀମାନେ ମଧ୍ୟ କୋଭିଡ ନିୟମକୁ ମାନି ନଥିଲେ । ମାସ୍କ ହେଉ କି ସାମାଜିକ ଦୂରତା, ସବୁକୁ ଫୁ କରିଦେଇଥିଲେ । ତେବେ ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଂଘନ ନକରନ୍ତି, ସେଥିପାଇଁ କମିଶନରେଟ ପୋଲିସ ଆଗୁଆ ସତର୍କ କରିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: