ଯେହେବାଯିରୀ ଏକ୍ସମାସ କପ ଫୁଟବଲ ଟୁର୍ଣ୍ଣାେମେଣ୍ଟ ଫାଇନାଲରେ କୋରାପୁଟ ଚମ୍ପିୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୩୦/୧୨): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କlମତା ଗ୍ରାମ ଇଡେନ ଗାର୍ଡେନ ଷ୍ଟାଡିଅମ ଠାରେ ୨୮ ତାରିଖରେ ଆରମ୍ଭ ହୋଇଥିବା ଯେହେବା ଯିରୀ ଏକ୍ସମାସ କପ ଅନ୍ତରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ରେ ଆଜି ଫାଇନାଲ ମ୍ୟାଚ ରେ କୋରାପୁଟ ଦଳ ସୁନାବେଡା ଦଳକୁ ଭେଟିଥିଲା |

ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ କରାପୁଟ ଦଳ ୨/୦ ଗୋଲ ରେ ସୁନାବେଡା ଦଳ କୁ ପରାସ୍ତ କରି ଚମ୍ପିୟାନ ହୋଇଅଛି | ଏହି ଟୁର୍ନାମେଣ୍ଟ ରେ ୮ ଗୋଟି ଦଳ ଭାଗ ନେଇଥିଲେ | ତିନିଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟ ର ଫାଇନାଲ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ରାଜ୍ୟ ବିଜେଡି କାର୍ଯ୍ୟକାରୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଏବଂ ରନର ଦଳ କୁ ୮ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ | ଏହି ଟୁର୍ନାମେଣ୍ଟ କୁ ଆୟୋଜକ ତନୟ ଶାଗର ନାୟକ, ପ୍ରଦୀପ ବୈପାରୀ, ବିରାଜ ବସନ୍ତ ନାୟକ, ମହେନ୍ଦ୍ର ବାଘ, ମିଳନ ଭତରା ପ୍ରମୁଖ ପରିଚାଳନା କରିଥିଲେ |

Welcome to Odisha News24

error: Content is protected !!
%d bloggers like this: