ଯୁବ ବର୍ଗକୁ ଆରମ୍ଭ ହୋଇପାରୁନି ଟୀକା କରଣ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୨/୦୬): ଜିଲ୍ଲାରେ କୋଭିଡ ୧୯ର ଟୀକା କରଣ ଧୀର ମନ୍ଥର ଗତିରେ ଚାଲିଛି | ରାଜ୍ୟରେ ୧୮ ବର୍ଷ ରୁ ୪୫ ବର୍ଷ ବର୍ଗର ଲକ୍ଷାଧିକ ଯୁବ ଗୋଷ୍ଠୀଙ୍କୁ ଟୀକା କରଣ ଆରମ୍ଭ ହୋଇ ପାରିନି | ବୌଦ୍ଧ ଜିଲ୍ଲାରେ ଏହି ବର୍ଷରେ ଥିବା ହଜାର ହଜାର ଯୁବକ ଯୁବତୀ ଅନ ଲାଇନ ମାଧ୍ୟମରେ ପଞ୍ଜିକରଣ କରି ଚାତକ ପରି ଚାହିଁ ରହିଛନ୍ତି ଟିକାକୁ |

ତାପରେ ପ୍ରଥମ ଡୋଜ ରୁ ଦ୍ୱିତୀୟ ଡୋଜ ନେବାର ଅବଧିକୁ ରାଜ୍ୟ ସରକାର ବଢାଇବା ପରେ ୪୫ ବର୍ଷ ରୁ ୫୯ ବର୍ଷ ବର୍ଗର ସାଧାରଣ ଜନତା ଅନେଇ ବସିଛନ୍ତି ଟିକାକୁ | ସରକାର ନିୟମ ଆରମ୍ଭ କଲେ ସାଧାରଣ ଜନତା ପାଳନ କଲେ, ବେପରୁଆ ପୋଲିସ ମାଡ଼ ଖାଇ ଜୋରିମାନା ଦେଲେ, ଦିନ ମଜୁରିଆ ଉପାସରେ ରହିଲେ ହେଲେ ସରକାର କେବଳ ନିୟମ ଉପରେ ନିୟମ ଲାଗୁ ରଖିଲେ | କୋଭିଡର ଦ୍ୱିତୀୟ ଲହରୀ ବୌଦ୍ଧ ଜିଲ୍ଲାରେ ବିଶେଷ ଭାବରେ ଯୁବ ବର୍ଗକୁ ହିଂ ସଂକ୍ରମିତ ହେଉଛି | ଏବଂ ଯୁବ ବର୍ଗ ହିଂ ଜିଲ୍ଲାରେ ମୃତ୍ୟୁ ବରଣ କରୁଛନ୍ତି | ଏଣୁ ବୌଦ୍ଧ ସାଧାରଣ ଜନତା ରାଜ୍ୟ ସରକାରଙ୍କୁ ଅଭିଯୋଗ କରୁଛନ୍ତି ଯଥାଶୀଘ୍ର ଯୁବ ପିଢ଼ିଙ୍କୁ ଟୀକା ଦେବାର ବ୍ୟବସ୍ଥା କରି ବୌଦ୍ଧ ଜିଲ୍ଲାରୁ କରୋନା ଜନିତ ମୃତ୍ୟୁ ହାରକୁ ସଂପୁର୍ଣ ଭାରରେ ଲୋପ କରାନ୍ତୁ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: