ଯୁବକଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ରାକେଶ ମହାରଣା //
କୋଦଳା (ପୋଲସରା)(୩୦/୦୫): ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଧିନସ୍ଥ ନୂଆପଲ୍ଲୀ ଗ୍ରାମ ଦେଇ ଯାଇଥିବା ବାଘୁଆ କେନାଲ ବାମପାର୍ଶ୍ଵ ନିକଟରେ ଜଣେ ଯୁବକ ଙ୍କ ଶବ ପଡିଥିବା ଦେଖିବାକୁ ମିଳିଛି। ଶବ ନିକଟରେ ଏକ ବାଇକ ମଧ୍ୟ ପଡିଛି।

ହେଲେ ଏହା ଦୃଘଟଣା ହୋଈଛି ନାଁ ହତ୍ୟା ପରେ ଦୃଘଟଣା ରୂପ ଦେବା ପାଇଁ ଯୋଜନା ବନ୍ଧା ହୋଇଛି ତାହା ରହସ୍ୟବୃତ ହୋଈ ରହିଛି । ଯୁବକ ଜଣକ ପୋଲସରା ଥାନା ସାନବର ଗାଁ ଗ୍ରାମର କରଣ ସାହିର ମନୋଜ କୁମାର ବେହେରା ବୋଲି ଜଣା ପଡିଛି। ଖବର ପାଇ ନିମିନା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଲଡୁକିଶୋର ସାହୁ ଏ ସମ୍ପର୍କରେ ପୋଲସରା ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସହିତ ଟିମ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ଜଣାଇଥିଲେ ପରେ ପୁରଷୋତାମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିଲେ। ପୁଅର ସନ୍ଧେହ ମୃତ୍ୟୁ ଘଟଣା କୁ ନେଇ ମା ଅହଲ୍ୟା ବେହେରା ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ପୋଲିସ୍ ର ତଦନ୍ତ ପରେ ପ୍ରକୁତ ଘଟଣା ଜଣାପଡିବ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: