ଯୁକ୍ତ ଦୁଇ ମୂଲ୍ୟାଙ୍କନ: ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ ଟିମ୍; ୧୦ ଦିନ ମଧ୍ୟରେ ଦେବେ ରିପୋର୍ଟ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର (୦୬/୦୬): କରୋନା ସଂକ୍ରମଣ ପାଇଁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । ଏହି କମିଟି ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କିଭଳି ନିର୍ଦ୍ଧାରଣ କରାଯିବ ସେ ନେଇ ଆସନ୍ତା ୧୦ଦିନ ମଧ୍ୟରେ ନିଜର ରିପୋର୍ଟ ଦେବେ ବୋଲି କୁହାଯାଇଛି ।

କମିଟିରେ ରହିଥିବା ସଦସ୍ୟମାନେ ହେଲେ ଡଃ ସୁଶାନ୍ତ କୁମାର ଦାସ, ଡଃ ସୁବାସ ଚନ୍ଦ୍ର ଦାସ, ଡଃ ସମ୍ବିତ କୁମାର ନାୟକ, ଡଃ ମିହିର କୁମାର ଦାସ, ଡଃ ପ୍ରଦୀପ କୁମାର ବେହେରା, ଡଃ ବନମାଳୀ ପଣ୍ଡା, ଡଃ ରଞ୍ଜନ କୁମାର ବଳ, ଡଃ ମମତା ପତ୍ରୀ, ଡଃ ପରୀକ୍ଷିତ ଦାଶ, ରଞ୍ଜିତା ମିଶ୍ର ରହିଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡଃ ତୁଷାରକାନ୍ତି ତ୍ରିପାଠୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଉପନିଦେ୍ର୍ଧଶକ ଡଃ ଭାଗିରଥୀ କାଣ୍ଡି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବିଜୟ କୁମାର ସାହୁ ଓ ଶୁଭ୍ରାଂଶୁ ବେହେରା । ଏହି ଟିମ୍ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ତା’ର ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ମୂଲ୍ୟାୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହେବ । ସୁପ୍ରିମକୋର୍ଟ ୧୫ଦିନ ସମୟ ଦେଇଥିବାରୁ ତା’ଭିତରେ ବିଭାଗ କମିଟି ଗଠନ କରିବ । ସିବିଏସଇ ପଲିସକୁ ଅନୁଧ୍ୟାନ କରି କମିଟି ସଦସ୍ୟ ତର୍ଜମା କରିବେ । କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ସିଏଚଏସଇ କର୍ତ୍ତୃପକ୍ଷ ସଦସ୍ୟ ରହିବେ । ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଗୁରୁତ୍ୱ ଦିଆଯିବ ।

Welcome to Odisha News24

error: Content is protected !!
%d bloggers like this: