ଯାଜପୁରର ଅନ୍ୟ ସ୍ଥାନରେ ବି ନଗଡ଼ାର ଚିତ୍ର: କଳିଙ୍ଗନଗର ଶିଳ୍ପାଞ୍ଚଳ ପାଲଟିଛି ମରଣଯନ୍ତା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୭-୧୨:ଯାଜପୁର କଳିଙ୍ଗନଗର ଅଞ୍ଚଳରେ ଅଧିକାଂଶ ଶିଶୁ ଓ ୧୦୦ରୁ ଉର୍ଦ୍ଧ୍ବ ଗର୍ଭବତୀ ମହିଳା ଅପପୃଷ୍ଟି ରେ ଶିକାର ଅଛନ୍ତି।

ମାଟିତଳେ ରତ୍ନର ଭଣ୍ଡାର । ମାଟି ଉପରେ ଭୋକର ଭୂଗୋଳ। ଦୂରରେ ଝାପସା ଝାପସା ଦିଶେଆଦିବାସୀ ଅଂଚଳ ପାଖକୁ ଗଲେ ଠିକ୍ ପଢିହୁଏ ଭୋକର ଭାଷା। ଆଖି ଯୁଆଡେ ବୁଲାଇବେ କେବଳ ଦୁର୍ଦ୍ଦିନର ଚିତ୍ର ।ସୁକିନ୍ଦା ବ୍ଲକଅତି ଅନୁନ୍ନତ ଅଂଚଳ ନଗଡାର ବାସିନ୍ଦା ଅପପୃଷ୍ଟିରେ ଶିକାର ହେବ ଘଟଣାକୁ ନେଇ କିଛି ବର୍ଷତଳେ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ ଯାଜପୁର ଜିଲ୍ଲାର ଅଧିକାଂଶ ଅଂଚଳରେ ଦେଖିବାକୁ ମିଳୁଛି ନଗଡାର ଚିତ୍ର। ଚାରିଆଡେ କଳକରଖାନା ଗଢ଼ି ଉଠିଥିଲେ ମଧ୍ୟ ଭୋକ ଓ ଦୁର୍ଦ୍ଦଶାର କରୁଣ କାହାଣୀ କମିପାରୁନାହିଁ । ଏବଂ ଜଳ ବାୟୁ ପ୍ରଦୂଷଣ ଯୋଗୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ କଳିଙ୍ଗନଗରର ପ୍ରାୟ ୨୦୦ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି ।

ଶିଳ୍ପ ଦ୍ୱାରା ପାରିପାର୍ଶ୍ବିକ ଉନ୍ନତି ତ ବହୁ ଦୂରର କଥା ଯାଜପୁର ଜିଲ୍ଲାର ଅଧିକାଂଶଶିଳ୍ପାନୁଷ୍ଠାନ ସେମାନଙ୍କ ଅତିଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ସାମାଜିକ ଦାୟିତ୍ୱ ବୋଧକୁ ବି ଭୁଲିଯାଇଛି । ୨୦୧୮ ଜୁଲାଇ ୧ ତାରିଖ ରେ ବିଧାନସଭା ଗୃହ କମିଟିର ସଦସ୍ୟ ମାନେ କଳିଙ୍ଗନଗର ଗ୍ରସ୍ତ କରି ଶିଳ୍ପ କାରଖାନାର ଦାୟର ପାତ୍ର ନ ହୋଇ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।ତାହା ଏବେ ଯାଏଁ କାର୍ଯ୍ୟକାରୀ ହୋଇନାହିଁ ।

ଏହାସହିତ ସୁକିନ୍ଦା ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିଳ୍ପ କମ୍ପାନୀକୁ ଦାୟିତ୍ୱ ଦିଆ ଯାଇଥିଲା । ଡୁବୁରୀ ସ୍ଥିତ ମେଡିକାଲ ରେ ମାଗଣା ଚିକିତ୍ସା କରାଯିବ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଗ୍ରାମରେ ତୁରନ୍ତ ଜଳଯୋଗାଣ ,ସ୍କୁଲ ମରାମତି, ପୋଖରୀ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟ କରାଯିବା ନେଇ ସୂଚନା ଦିଆଯାଇଥିଲା । ଉପଯୁକ୍ତ ସ୍ୱାସ୍ଥ୍ୟବସ୍ଥା ଆରମ୍ଭରୁ ଶିଳ୍ପାଞ୍ଚଳର ଦାନଗଦି ବ୍ଲକ ମନୋହରପୁରରଗ୍ରାମର ବେଣୁଧର ଦଳାଇଙ୍କ ପୁରା ପରିବାର ପୃଷ୍ଟିହୀନର ଶିକାର ହେଉଛନ୍ତି । ପରିବାର ସମସ୍ତେ ଭଙ୍ଗା ଘରେ ପାଲ ପକାଇ ରହୁଛନ୍ତି । ବେଣୁଧରଙ୍କ ସ୍ତ୍ରୀ ମିନତୀ ଓ ପିଲାମାନଙ୍କ ଦେହ ସାରା ଘା’ ସୃଷ୍ଟି ହୋଇଛି । ସେମାନଙ୍କ ଓଜନ ମଧ୍ୟ କମିଯାଇଛି । ଯେଉଁଥିପାଇଁ ସେମାନେ ଯାଜପୁର ରୋଡ଼ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ ପାଇଁ ଭର୍ତ୍ତି ହୋଇଛନ୍ତି । ଓଜନ କମ ଥିବାରୁ ଏମାନଙ୍କୁ ୧୫ ଦିନ ଯାଏ ଚିକିତ୍ସା ହେବାକୁ ପଡିବ ।

ସେଠାକାର ଯୁବ ସମାଜସେବୀ ରାଜେଶ କୁମାର ରାଉତ ଓ ବିଶ୍ୱଜିତମାଝୀ କୁହନ୍ତି ପରିବାର ବର୍ଗ କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରିନାହିଁ । ଏହି ଅଞ୍ଚଳରେ ଅନେକ ଗାଁ ୧୦୦ରୁ ଉର୍ଦ୍ଧ୍ବ ଗର୍ଭବତୀ,ପ୍ରସୂତି ଓ ୫ ବର୍ଷ ରୁ କମ ପିଲା ଅପପୃଷ୍ଟି ର ଶିକାର ହେଉଛନ୍ତି । ଶିଳ୍ପାଞ୍ଚଳର ସିଏସଆର ଯୋଜନା କାର୍ଯ୍ୟକ୍ରମ ଏଠାରେ ହେଉନାହିଁ । ଫଳରେ ଶିଳ୍ପାଞ୍ଚଳ କଳିଙ୍ଗନଗର ମୌଳିକ ସୁବିଧାରୁ ବଞ୍ଚିତ ରହୁଛି |

Welcome to Odisha News24

error: Content is protected !!
%d bloggers like this: