ଯବାନ-ମାଓବାଦୀ ମୁହାଁ ମୁହିଁରେ ମହିଳା କ୍ୟାଡ଼ର ମାଓ ମୃତ

ରିପୋର୍ଟ: ବିଭୁତି ଲହରିଆ //
ଫୁଲବାଣୀ ୧୨ /୧୨): କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲରେ ଶୁକ୍ରବାର ଦିନ ଏସଓଜି ଓ ଡିଭିଏଫ ଜବାନ ମାନଙ୍କ କମ୍ବିଂ ଅପରେସନ କରିବାବେଳେ ଯବାନ ମାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଘଟିଥିଲା। ଫଳରେ ଜବାନମାନଙ୍କ ଗୁଳିମାଡରେ ଜଣେ ମହିଳାକ୍ୟାଡର ମାଓବାଦୀର ମୃତ୍ୟୁ ଘଟିଛି। ତେବେ ଅନ୍ୟ ମାଓବାଦୀମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।

ଘଟଣା ସ୍ଥଳରୁ ପୋଲିସ ୨ଟି ବନ୍ଧୁକ ସମେତ ଗୁଳିଗୋଳା ଓ ଅନେକ ମାଓ ସାମଗ୍ରୀ ଜବତ କରିଛି। ତେବେ ଏହି ଘଟଣା ପରେ ପୋଲିସ କମ୍ବିଂ ଅପରେସନକୁ ଯୋରଦାର କରିଛି। ଏ ନେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କୁ ପଚାରିବାରେ ସେ ପରେ ସୁଚନା ଦେବେ କହିଛନ୍ତି । ତେବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସୂଚନା ଦେବା ସହ ମାଓବାଦୀମାନେ ହିଂସାର ବାଟ ଛାଡି ରାଜ୍ୟ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବା ଲାଗି ଆହ୍ୱାନ କରିଛନ୍ତି। ସରକାରଙ୍କ ସରଣ୍ଡର ପଲିସି ବହୁତ ଭଲ ଏଣୁ ମାଓବାଦୀ ମାନେ ଆତ୍ମସମର୍ପଣ କରି ଏହାର ଫାଇଦା ନେବା ଲାଗି କହିଛନ୍ତି ଡିଜି ଅଭୟ । ଗତ ବର୍ଷକ ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମୟରେ ଗୁଳିବିନିମୟରେ ୧୦ରୁ ଉର୍ଦ୍ଧ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଲାଣି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: