ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ ସହିତ ଟିବି ଓ କୋଭିଡ ଚିହ୍ନଟ ଓ ନିରାକାରଣ ନିମନ୍ତେ ମିଳିତ ଅଭିଯାନ ପାଇଁ ଗୁଗୁଲ ମାଧ୍ୟମରେ ବୈଠକ କଲେ ଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (ତା.୨୨-୦୫): ଜିଲ୍ଲାରେ ଆଗକୁ ମ୍ୟାଲେରିଆ, ଡେଙ୍ଗୁ ଡ଼ାଇରିଆ ସାଙ୍ଗକୁ ଯକ୍ଷ୍ମା ଓ କୋଭିଡ ଓ ରକ୍ତ ଚାପ, ସୁଗାର, ଓ ଅନ୍ୟାନ୍ୟ ରୋଗର ଚିହ୍ନଟ ନିମନ୍ତେ ମିଳିତ ଅଭିଯାନ ପାଇ ଗୁଗୁଲ ବୈଠକ କଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର |

ସମ୍ପ୍ରତି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ସବୁ ରୋଗ ଆଗକୁ ଆଶଙ୍କା କରି ଏହାର ମୁକାବିଲା କରିବା ନିମନ୍ତେ ଆସନ୍ତାକାଲି ତା ୨୪ ମଇ ମାସରୁ ଅଗଷ୍ଟ ମାସ ୨୩ ତାରିଖ ଯାଏଁ ସମନ୍ବିତ ଅଭିଯାନ କରାଯିବ | ଏହି ସମୟରେ ଆଶା, ଅଙ୍ଗନବାଡି ମିଳିତ ଭାବେ ସମ୍ପୃକ୍ତ ଅଂଚଳରେ ଘରକୁଘର ଯାଇ ବୁଲିବେ ଏବଂ ରୋଗ ସମ୍ପର୍କରେ ପଚାରି ବୁଝିବେ | ଏହିପରି ତିନିମାସ ଧରି ଦୈନିକ ୨୦ ଘରକୁ ଯାଇ ଘରର ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିବେ | ବିଶେଷ କରି ମ୍ୟାଲେରିଆ ଡେଙ୍ଗୁ, ଓ ଡ଼ାଇରିଆରେ ପୀଡିତ ହେଉଛନ୍ତି କି ନାହିଁ ତା ସାଙ୍ଗକୁ ଲଗାତାର ଖସୁଥିବା ବ୍ୟକ୍ତି ଓ କୋଭିଡ, ଏବଂ ରକ୍ତ ଚାପ, ସୁଗାର, ପେଟ ବ୍ୟଥା ସମସ୍ୟା ସମ୍ପର୍କରେ ପଚାରି ବୁଝିବେ ଏବଂ ତୁରନ୍ତ ଆର ଆର ଟି କୁ ଜଣାଇବେ | ଏହି ଆର ଆର ଟି ଟିମ ତୁରନ୍ତ ପହଁଚି ଚିକିତ୍ସା ସେବା ଯୋଗାଇଦେବ |

ଏହା ସହିତ ସାନ୍ଧ୍ୟ ସୁଦ୍ଧା ସମ୍ପୃକ୍ତ ଅଂଚଳର ମେଡିକାଲ ଅଫିସରଙ୍କୁ ଜଣାଇବେ | ମେଡିକାଲ ଅଫିସର ଜିଲ୍ଲା ଅଫିସକୁ ଜଣାଇବେ | ଏହାକୁ ଦୈନିକ ମନିଟରିଙ୍ଗ କରିବାକୁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ | ଆଜିର ଏହି ବୈଠକରେ ପିଡି. ଡ଼ି. ଆର. ଡ଼ି. ଏ. ଶ୍ରୀ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ, ପିଏ-ଆଇଟିଡ଼ିଏ ଗୁଣପୁର ଓ ରାୟଗଡ଼ା ଙ୍କ ସହିତ ଡ଼ା ଶ୍ରୀୟା ରୟା, ଡ଼ା ଏଲ ପୃଷ୍ଟି, ଡ଼ା ରାଜୁ, ଡିପିଏମ ରାଜେଶ ପଟ୍ଟନାୟକ, ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟଧିକାରୀ, ସିଡିପିଓ ମାନେ, ସଂଯୋଜକ ମାନେ ଯୋଗଦାନ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: