ସାଧାରଣ ଜନତାଙ୍କ ସ୍ୱର

ମ୍ୟାଟ୍ରିକ ଶ୍ରେଣୀ ଛାତ୍ର,ଛାତ୍ରୀ ଙ୍କ ଫର୍ମ ଫିଲପ ସମୟ ସୀମା ବୃଦ୍ଧି

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୦୩-୦୨): ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ୨ ଫେବୃଆରୀ ଯାଏଁ ଫର୍ମ ପୂରଣ ଅବଧି ଥିଲା।

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ସାରିଛି ମାଟ୍ରିକ ଫର୍ମ ପୂରଣ । ତେବେ ଏହା ଏବେ ଫେବୃଆରୀ ୧୦ ତାରିଖ ଯାଏଁ ଚାଲିବ । ଜାନୁଆରୀ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢା ହେଉଛି ।

Welcome to Odisha News24

%d bloggers like this: