“ମୋ ଅଧିକାର”ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ସଚେତନତା ଶିବୀର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୭/୦୩): ଆଜି ରିସୋର୍ସ (ଭୁବନେଶ୍ୱର) ଓ ରାୟଗଡା ଭିନ୍ନକ୍ଷମ ମହାସଂଘର ମିଳିତ ଆନୁକୁଲ୍ୟରେ ରାୟଗଡା ଜିଲ୍ଲା କଲନରା ବ୍ଲକର ଦିବ୍ୟାଙ୍ଗ,ବୃଦ୍ଧ,ବିଧବା ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ସରକାରି ସୁବିଧା ଓ ଯୋଜନା ଉପରେ ସଚେତନ କରାଇବା ନିମନ୍ତେ ରିସୋର୍ସ,( ଭୁବନେଶ୍ୱର) ର ପ୍ରତିଷ୍ଠାତା ଶ୍ରୀ ଦେବାଶିଷ ଲେଙ୍କାଙ୍କ ପ୍ରଚେଷ୍ଟାରେ “ମୋ ଅଧିକାର” ଅଭିଯାନର ଆୟୋଜନ କରାଯାଇଥିଲା ।

ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ସହ ସେ ସବୁକୁ କିପରି ହାସଲ କରିପାରିବେ ସେ ବିଷୟରେ ଆଲୋକ ପାତ କରାଯାଇଥିଲା | ଏହି ଅବସରରେ ରିସୋର୍ସ ( ଭୁବନେଶ୍ୱର ) ଓ ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ମହାସଂଘର ସଭାପତି ରାକେଶ ଚନ୍ଦ୍ର ହିମରିକା, ଅମରେନ୍ଦ୍ର ନାଥ ଓ ଶିଶିର ରାଉଳ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ବିଷୟରେ ଆଲୋକ ପାତ କରାଇଥିଲେ । ଜିଲ୍ଲା ପରିଷଦ-ବୃନ୍ଦାବନ ହିମିରିକା,ନାୟକ ସରପଞ୍ଚ-ଏସ୍ ମୋହନ ରାଓ, ପୂର୍ବତନ ନାୟକ ସରପଞ୍ଚ-ଏଷ୍ଟକା ଆତ୍କା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସେମାନଙ୍କ ଅଧିକାର ବିଷୟରେ ବୁଝାଇବା ସହ ସେସବୁ ଅଧିକାରକୁ ହାସଲ କରିବାର ପଥପର୍ଦଶନ କରିଥିବା ବେଳେ ହେମାନନ୍ଦ ପରିଡ଼ା, ଲକ୍ଷ୍ମୀ ପୋଲାକା ସମେତ ତାଣ୍ଡିପୁର ହେଣ୍ଡୀକେପ୍ଟେ ମହାଲକ୍ଷ୍ମୀ ଏସେଜି ଗ୍ରୁପ୍ ର ସଦସ୍ୟ ମାନେ ହେଲେ ଅଭିରାମ କର୍କରିଆ, କାସ୍ନା ପୁଲାକା,ବିଶ୍ୱନାଥ ପୂଲାକା,ରଣିତ୍ କାର୍କରିଆ,ଦାମୋଦର କୌଶଲ୍ୟା,ଅନିଲ କର୍କାରିଆ ପ୍ରମୁଖଙ୍କ ପ୍ରଚେଷ୍ଟାରେ ମୋ ଅଧିକାର ଅଭିଯାନ କର୍ଯ୍ୟକର୍ମା ଶୃଙ୍ଖଳାର ସହ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲେ | ଶେଷରେ ଶିଶିର ରାଉଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଅଭିଯାନ ସଭା ସାଙ୍ଗ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: