ମୋବାଇଲ ଟର୍ଚ୍ଚ ରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ଅଫିସ କାର୍ଯ୍ୟ,ସାଧାରଣରେ ତୀଵ୍ର ଅସନ୍ତୋଷ

ରିପୋର୍ଟ: ଜିଲ୍ଲାପ୍ରତିନିଧି ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୦୦୪-୦୬): ମୋବାଇଲ ଲାଇଟ ରେ ଡ଼ାକ୍ତର ଖାନା ରେ ଅସ୍ତ୍ରୋପଚାର କରିବା ଘଟଣା ଦୃଷ୍ଟି କୁ ଆସୁଥିବା ବେଳେ ଏବେ ଟିଟିଲାଗଡ ଉପଜିଲ୍ଲାପାଳ ତଥା ସବ୍ଡିଭିଜିନାଲ ମାଜିଷ୍ଟ୍ରେଟ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକ ରେ ମୋବାଇଲ ଲାଇଟ ଆଲୁଅ ରେ ବିଭିନ୍ନ କାର୍ଯ୍ୟ ଚାଲିବା ନେଇ ଲୋକେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେବା ସାର ହେଉଛି ।

ସୂଚନାଯୋଗ୍ୟ ଯେ, ଏହି ସବ୍ଡିଭିଜିନ ଅଞ୍ଚଳରେ ବିଭିନ୍ନ ଦୁର,ଦୁରାନ୍ତ ରୁ ସାଧାରଣ ଆସିବା ଓ କୋଭିଡ-୧୯ କଟକଣା ଯୋଗୁଁ ସ୍ୱଳ୍ପ ସମୟ ପାଇଁ ବିଭିନ୍ନ କାର୍ଯ୍ୟ ପାଇଁ ଆସି ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ବେଳେ ଜନ ସାଧାରଣ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ଏହି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ତହସିଲ ବିଭାଗ,ରେକର୍ଡ଼ ରୁମ,ସାଧାରଣ ବିଭାଗ, ଯୋଗାଣ ବିଭାଗ,ରେଜେଷ୍ଟ୍ରି ବିଭାଗ ଓ ଅନ୍ୟ ବିଭାଗ ସହ ଡାକ ବିଭାଗ କାର୍ଯ୍ୟାଳୟ ରେ ବିଦ୍ୟୁତ ଚାଲିଗଲେ ଅଧିକାରୀ ଓ କର୍ମଚାରୀ ମୋବାଇଲ ଲାଇଟ ରେ କାମ କରୁଥିବା ଓ ସାଧାରଣ ହଟହଟା ହେବା ସାର ହେଉଛି । ଅଧିକାଂଶ ସ୍ଥାନରେ ଅନ ଲାଇନ କାମ ଲାଇଟ ବା ବିଦ୍ୟୁତ ଗଲେ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହୁଥିବା ବେଳେ ଏ ନେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି । ଏପରି କି ଅତିରିକ୍ତ ତହସିଲଦାର ଏକ ରାଜିନାମା ପାଇଁ ଗରମ ସହ ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯିବାରୁ ନିଜ ମୋବାଇଲ ଟର୍ଚ୍ଚ ଜାଳି କାର୍ଯ୍ୟ ସମ୍ପାଦନ କରୁଥିବା ଏକ ଭିଡିଓ ଭାଇରଲ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଜମି ତଥା ମାଲି, ମୋକଦ୍ଦମା ପାଇଁ ଆସି ନିରାଶ ହେବାକୁ ବାଧ୍ୟ ହେଉଛନ୍ତି । ସେହିପରି ଅନ୍ୟ ବିଭାଗ ସହ ଏହି କାର୍ଯ୍ୟାଳୟ ପରିସର ରେ ଥିବା ଡାକ ବିଭାଗ ରେ କାର୍ଯ୍ୟ ସମ୍ପାଦନ ଠପ ହୋଇଯିବା ଅଭିଯୋଗ ହୋଇଆସୁଛି । ଏ ନେଇ ଅନୁରୂପ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: