ମୋଦି ସରକାର ୭ ବର୍ଷ ଶାସନର ବିଫଳତା ପ୍ରତିବାଦରେ କଳା ଦିବସ ପାଳିତ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୬/୦୫): ଚଳିତ ମାସ ୨୬.୦୫.୨୦୨୧ ତାରିଖରେ ଅଖିଳ ଭାରତ କୃଷକ ମହାସଭା (AIKM) ଏବଂ (ଏକଟୁ)AICCTU ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶ ବ୍ୟାପି ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ବିଭିନ୍ନ ସଙ୍ଗଠନ ତରଫରୁ କଳା ଦିବସ ପାଳନ କରାଯାଇଛି।

ଏ ପରିପ୍ରେକ୍ଷୀରେ ଗୁଣପୁର, ଗୁଡାରୀ, ପଦ୍ମପୁର, କୋଲନରା, କେସିଂପୁର ବ୍ଲକ ଏବଂ ବିଭିନ୍ନ ଗ୍ରାମରେ କୋଭିଡ-୧୯ ନିୟମକୁ ମାନି ପ୍ରତିବାଦ କରାଯାଇଥିଲା | ତାଙ୍କ ଦାବି ଗୁଡିକ ଥିଲା କୃଷକ ବିରୋଧ କୃଷକ ଆଇନ୍ କୁ ପ୍ରତ୍ୟାହାର କରାଯାଉ, ଶ୍ରମ ବିରୋଧି ଶ୍ରମ ଆଇନ୍ କୁ ପ୍ରତ୍ୟାହାର କରାଯାଉ, କୃଷି କ୍ଷେତ୍ର କୁ କର୍ପୋରେଟ ହାତରେ ଟେକି ଦେବା ବନ୍ଦ କରାଯାଉ, ଅତ୍ୟାବଶ୍ୟକ ସମାଗ୍ରୀ ଆଇନର ଅସାଧୁ ସଂଶୋଧନ କାହା ସ୍ୱାର୍ଥରେ ମୋଦି ସରକାର ଜବାବ ଦିଅ, ମଣ୍ଡି ବ୍ୟବସ୍ଥା ଉଛେଦ ବନ୍ଦ କର, ଜନ ବିରୋଧୀ ନୂତନ ବିଲ ବିଦ୍ୟୁତ୍ ସଂଶୋଧନ ବିଲ ପ୍ରତ୍ୟାହାର କର, କମ୍ପାନୀ ଦ୍ଵାରା ଠିକା ଚାଷ ବ୍ଯବସ୍ଥା ବାତିଲ କର ଆଦି |

Welcome to Odisha News24

error: Content is protected !!
%d bloggers like this: