ମେକ୍ସପିକପ ଭ୍ୟାନ ଓଲଟି ଡ୍ରାଇଭର ମୃତ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା- ୧/୬/୨୧): ରାୟଗଡା ଜିଲ୍ଲା କଳାହାଣ୍ତି ସୀମାନ୍ତ ଦାନରୀ ଗୁଡା ଘାଟିରେ ମେକ୍ସପିକପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଠଣା ସ୍ଥଳରେ ଗାଡିଟି ଚାପି ହୋଇଯିବାରୁ ଡ୍ରାଇଭର ଦେବ୍ କଅଁର ମୃତ ହୋଇଥିବା ବେଳେ ଗାଡିରୁ ଡେଇଁପଡି ଅଳ୍ପକେ କ୍ରିଷ୍ଣା ଅଗ୍ରଓ୍ବାଲ ବର୍ତ୍ତି ଯାଇଥିଲେ ।

ବିଜେପୁର ପୋଲିସ କହିବାନୁଯାୟୀ ଉକ୍ତ ମେକ୍ସପିକପ ଭ୍ୟାନ ଗାଡି ନଂ OD03 C 3064 ରେ ରାୟଗଡା କାଶିପୁରରୁ ଆମ୍ବରେ ତିଆରି ଚମ୍ପେଇତ ଲୋଡ କରି କଣ୍ଟାବାଞ୍ଜି ଯାଉଥିଲା କାଶିପୁରରୁ କଲ୍ୟାଣସିଂହପୁର ଦେଇ ଯାଉଥିବାବେଳେ ବିଜେପୁର ନିକଟ ଦାନାରୀଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭର ଘଟଣାସ୍ଥଳରୁ ମୃତ୍ଯୁ ଘଟିଥିବା ଦେଖି ବିଜେପୁର ଗାଁ ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଏକ ଟ୍ରାକ୍ଟର ଯୋଗେ ଭ୍ୟାନକୁ ଉଠାଇଥିଲେ ।ଘଟଣାର ଖବର ପାଇ ବିଜେପୁର ପୁଲିସ ଏସଆଇ ପ୍ରଶାନ୍ତ କଲାର ପହଞ୍ଚି ଶବ ଜବତ କରିବାପରେ କେସ ନଂ ୨୦ ଦଫା ୨୭୯/୩୦୪ ଆଇପିସି ରେ ମାମଲା ରୁଜୁକରି ତଦନ୍ତ ଚଲାଇଛି । ମୃତ ପରିବାର ଘଟଣାର ଖବରପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।ମୃତ ଡ୍ରାଇଭର ଗାଁ ବଲାଙ୍ଗୀର ଜିଲ୍ଲାର ବାଗବାହାଲି ବୋଲି ଜଣାପଡିଛି ।

Welcome to Odisha News24

error: Content is protected !!
%d bloggers like this: