ମୃତ ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀ ର ନିଯୁକ୍ତି ଦାବି କଲେ ଜନସେବା ସଙ୍ଘ

ରିପୋର୍ଟ: ସନ୍ତୋଷ ନାୟକ //
ଖଡ଼ିଆଳ,ତା୦୬-୦୩): ଯୋଗାଣ ସହାୟକ ଭାବେ ଦୀର୍ଘ ଆଠ ବର୍ଷ ଧରି ଖରିଆର ବ୍ଲକ ଅନ୍ତର୍ଗତ ଭୋଜପୁର ପଞ୍ଚାୟତରେ କାର୍ଯ୍ୟ କରୁଥିବା ଶ୍ରୀ ସୁରେନ୍ଦ୍ର ଭୋଇଙ୍କର ଆକସ୍ମିକ ଭାବେ ଗତ ଡିସେମ୍ବର ମାସ ୧୯ତାରିଖ ଦିନ ମୃତ୍ୟୁ ଘଟିଥିଲା ।

ମୃତ ଶ୍ରୀ ଭୋଇଙ୍କ ସ୍ତ୍ରୀ ଓ ଦୁଇ ଛୋଟ ଶିଶୁ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାର କ୍ଷମବ୍ୟକ୍ତି ଥିଲେ । ତାଙ୍କ ସ୍ତ୍ରୀ ଶ୍ରୀମତୀ ସୁଚରିତା ଭୋଇ ତାଙ୍କ ମୃତ ସରକାରୀ ନିୟମାନୁସାରେ ମୃତ୍ୟୁ ପରେ ଉକ୍ତ ପରିବାରର ଅନ୍ୟ ସଦସ୍ୟ ଯୋଗ୍ୟତା ଅନୁସାରେ ନିଯୁକ୍ତି ବ୍ୟବସ୍ଥା ରହିଛି । ପରିତାପର ବିଷୟ ଯେ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ରୂପେ ପଞ୍ଚାୟତ ସରପଞ୍ଚ ଉକ୍ତ ମୃତ ସ୍ୱାମୀ ଶ୍ରୀ ସୁରେନ୍ଦ୍ର ଭୋଇଙ୍କ ସ୍ତ୍ରୀ ସୁଚରିତା ଭୋଇଙ୍କୁ ଉକ୍ତ ସ୍ଥାନରେ ନିଯୁକ୍ତି ପାଇଁ ସେ ଆବେଦନ କରି ବର୍ତ୍ତମାନ ସୁଦ୍ଧା କିଛି ସୁଫଳ ମିଳି ପାରି ନ ଥିବା ଜଣାଯାଇଛି । ଏ ନେଇ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ନିରାଶ ହୋଇଥିବା ଜଣାପଡିଛି । ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅସହାୟ ଅବସ୍ଥାରେ ଥିବା ସୂଚରିତାଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ଜନସେବା ସଙ୍ଘ ତରଫରୁ ଦାବି କରାଯାଇଛି ।

Welcome to Odisha News24

error: Content is protected !!
%d bloggers like this: