ସାଧାରଣ ଜନତାଙ୍କ ସ୍ୱର

ମୂଖ୍ୟମନ୍ତ୍ରୀ ସଡକ ଯୋଜନା ଅଧାପନ୍ତରିଆ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ,୯/୪): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ବାକଟିଗୁଡା ଠାରୁ କେରିମିଟି ପର୍ଯ୍ୟନ୍ତ ମୂଖ୍ୟମନ୍ତ୍ରୀ ସଡକ ଯୋଜନାରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି ।

ସୂଚନା ମୁତାବକ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।ରାସ୍ତା କାମରେ ନିୟୋଜିତ ଶ୍ରମିକ ମାନେ ସରକାରୀ ନିର୍ଧାରିତ ମୂଲ୍ୟରେ ମଜୁରୀ ପାଉ ନ ଥିବା ଜଣାପଡିଛି ।ଶତାଧିକ ମିଟର ରାସ୍ତାରେ ମେଟାଲ ବିଛା ହୋଇ ଦୀର୍ଘଦିନ ଧରି ପଡି ରହିଥିବା ଯୋଗୁଁ ଲୋକେ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଉକ୍ତ ରାସ୍ତା ପ୍ରତି କେହି ଧ୍ୟାନ ଦେଉ ନଥିବା ପରିଲକ୍ଷିତ ହେଉଛି ।ଏ ସଂପର୍କରେ ସଂପୃକ୍ତ ଗ୍ରାମ୍ୟ ନିର୍ମାଣ ବିଭାଜନ କନିଷ୍ଠ ଯନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ କାର୍ଯ୍ୟ ଶେଷ କରିବା ନିର୍ଧାରିତ ସମୟ ସୀମା ସମାପ୍ତ ହୋଇ ଯାଇଛି ଏବଂ ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତା କାମ ଏପର୍ଯ୍ୟନ୍ତ ଶେଷ ହୋଇ ପାରି ନ ଥିବା କଥା ଗଣମାଧ୍ୟମରେ ପ୍ରକାଶ କରିଥିବା ଜଣାପଡିଛି ।ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହେଉଛି ।

Welcome to Odisha News24

%d bloggers like this: