ମୁରିବାହାଲ ବ୍ଲକ ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ଉଦ୍ୟମରେ କରୋନା ସଚେତନତା ଓ ଟୀକାକରଣ ଅଭିଯାନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା୯/୬): ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁରିବାହାଲ ,ପଞ୍ଚାୟତ ସମିତି ମୁରିବାହାଲ ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ଉଦ୍ୟମରେ କରୋନା ସଚେତନତା ଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ବ୍ଲକ ଉନ୍ନୟନ ଅଧିକାରୀ ମୁରିବାହାଲ ପ୍ରୀୟରଞ୍ଜନ କୁମାରଙ୍କ ଦ୍ଵାରା ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ଉପସ୍ଥିତିରେ ଗଁରେଇ ଗ୍ରାମରୁ ଅନୁଷ୍ଠିତ ହୋଇ ଯାଇଛି।

ଏହିକାର୍ଯ୍ୟକ୍ରମ ମାଧ୍ୟମରେ ୪୫ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ମାନେ ସୁବିଧାରେ ଓ ସହଜରେ କେମିତି ଟୀକାଦାନ କେନ୍ଦ୍ରକୁ ଆସି ଟିକାନେଇ ପାରିବେ ତାହା ଉପରେ ସଚେତନତା ସୃଷ୍ଟି କରାଯାଇଅଛି। ଟୀକାଦାନ କେନ୍ଦ୍ର ପରିସରରେ ଟୀକାଦାନ ପାଇଁ ଆସୁଥିବା ଲୋକମାନଙ୍କୁ ସାବୁନରେ ହାତଧୋଇବା,ସେନିଟାଇଜ୍ଡ କରିବା, ମାକ୍ସ ବ୍ୟବହାର, ଅକ୍ସିମିଟର ଆଦିର ବ୍ୟବହାର ଉପରେ ଧାରଣା ଦିଆଯାଇଛି । ଏହାସହ ସଚେତନତା ରଥ ମାଧ୍ୟମରେ ଗାଁ ମଧ୍ୟରେ ଡାକବାଜୀଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଇବା ସହିତ ଅଧିକ ସଂଖ୍ୟାରେ ଟୀକାଦାନ କେନ୍ଦ୍ରକୁ ଆସି ଟୀକା ନେବାପାଇଁ ପ୍ରୋତ୍ସାହିତ କରାଯାଇଛି। ଟୀକା ନେଇଥିବା ଲୋକଙ୍କୁ ଏନ୍୯୫ ମାକ୍ସ, ସାବୁନ ଓ ସାନିଟାଇଜର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁରିବାହାଲର ଟୀକାପ୍ରଦାନବକାରୀ ଦଳ, ସରପଞ୍ଚ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଏମ୍ ବିକେ ସହିତ ଜନମୁକ୍ତି ଅନୁଷ୍ଠାନର କର୍ମୀ ସଞ୍ଜୀବ ବାରିକ,ଇସ୍ମାଇଲ ନାଗ,ଜୟସିଂ ବନଛୋର, ଲଳିତ ରଣା, ସୁବର୍ଣି ବାଗ, ଡୋଲେଶ୍ବର କିଷାନ,ଶୁଶିଲ କୁମାର ସାହୁ ,କର୍ଣ୍ଣାଟେଶ୍ବର ସାହୁ,ବିଧୁ ବାଗ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଛନ୍ତି । ପ୍ରଥମ ଦିନରେ ୩୩ଜଣ ଟୀକା ନେଇସାରିଛନ୍ତି । ଆଗାମୀ ୧୧ ଦିନରେ ୧୧ଗୋଟି ଗ୍ରାମ ପଞ୍ଚାୟତ ରେ ସମାନ ଢଙ୍ଗରେ ଏହିଅଭିଯାନ ଚାଲୁରହିବା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ସୁଚନା ମିଳିଛି।

Welcome to Odisha News24

error: Content is protected !!
%d bloggers like this: