ମୁରିବାହାଲ ବିକାଶ ମଞ୍ଚ ପକ୍ଷରୁ ୪ ଗୋଟି ପଞ୍ଚାୟତକୁ ମାଇକ ଯୋଗେ ସଚେତନତା ବାର୍ତ୍ତା ଦେବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୨/୦୬): ମୁରିବାହାଲ ବିକାଶ ମଞ୍ଚ ପକ୍ଷରୁ ମାଇକ ଯୋଗେ ସଚେତନତା ବାର୍ତ୍ତା ଦେବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି |ମୁରିବାହାଲ ବ୍ଲକର ୪ ଗୋଟି ପଞ୍ଚାୟତ ଗୁଡିଘାଟ, ଚଳକି, ମୁରିବାହାଲ, ଵାନ୍ଦୁପଲା ପଞ୍ଚାୟତ ଗାଁ ମାନଙ୍କୁ ଯାଇ ଲୋକଙ୍କୁ ମାଇକ ଯୋଗେ ସଚେତନତା ବାର୍ତ୍ତା ଦେବା ସହିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି |ଗାଁ ମାନଙ୍କରେ ଘରକୁ ଘର ଯାଇ ସମସ୍ୟା ବୁଝୁଛନ୍ତି |

ଲୋକଙ୍କୁ କରୋନା ମହାମାରୀକୁ ନ ଡରି ସଚେତନତା ସହିତ ସାମାଜିକ ଦୂରତା, ସେନେଟାଇଜର ବ୍ୟବହାର, ମାସ୍କ ବ୍ୟବହାର କରି ସତର୍କ ରହିବାପାଇଁ ମାଇକ ଯୋଗେ କହୁଛନ୍ତି |ଅସହାୟ, ଗରିବ ଲୋକଙ୍କୁ ବିକାଶ ମଞ୍ଚ ପକ୍ଷରୁ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି |ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଥବିର ସା, ସହ ସମ୍ପାଦକ ମଦନ ଥାଟି, କୋଷାଧକ୍ଷ ହରିଦାସ ତାଣ୍ଡି, ଅଶୋକ କୁମାର ପଧାନ, ମନୁ ହଂସ, ପିଙ୍କୁ ବାଗ, ସୁରେଶ କୁମାର ସାହୁ, ବଜରଙ୍ଗ ଷଣ୍ଢ, ଛବିରାମ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: