ମୁନିଗୁଡା ଵ୍ଲକରେ ମନ୍ତ୍ରୀଙ୍କ ଦ୍ବାରା ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଭିନ୍ନ ଭିନ୍ନ ସାତଟି ଗୃହର ଭିତ୍ତପ୍ରସ୍ତର ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ମୁନିଗୁଡା (୨୮/୨/୨୧): ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ସମେତ ବ୍ଲକର ଵିଭିନ୍ନ ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ଆଜି ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଭିନ୍ନଭିନ୍ନ ସରକାରୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ୧୨,୪୧,୧୭୮ ଟଙ୍କା ବ୍ୟୟରେ ମୁନିଗୁଡା ଠାରେ ଜିଲ୍ଲାପରିଷଦ ଗେଷ୍ଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ମୁନିଗୁଡା ଵ୍ଲକ କାର୍ଯାଳୟରେ ସଦଭାବନା ଗୃହ ୧୨,୫୪,୨୪୧ଟଙ୍କାର ସିଡିପିଓ ଅଫିସ ଗୃହ ୨୧,୦୦,୭୬୩ ଟଙ୍କା ଭିତ୍ତିଭୂମିର ମନ୍ତ୍ରୀ ଶ୍ରୀ ସାରକା ଉଦ୍ଘାଟନ କରି ନଡିଆ ଭାଙ୍ଗି ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ରାଜ୍ୟ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର କରଡା, ରାଜ୍ୟ ଖଦିଵୋର୍ଡ ସଭ୍ୟ ପୃଥ୍ଵୀରାଜ ସାହୁ, ବିଡିଓ ଦିଲିପ୍ କୁମାର ଵେହେରା ପ୍ରମୁଖ ମନ୍ତ୍ରୀଙ୍କ ସହ ଭିତ୍ତିଭୂମିରେ ନଡିଆ ଭାଙ୍ଗି କାର୍ଯ୍ୟକୁ ଶୀଘ୍ର ତ୍ଵରାନ୍ଵିତ କରିଵାକୁ ପରାମର୍ଶ ଦେଇଥିଲେ। ଵିଜେଡି ଵ୍ଲକ ସଭାପତି ରତନ ଲାଲ ଜୈନ ଓ ବିଜେଡି ଜିଲ୍ଲା ସମ୍ପାଦକ ତଥା ଵିଶିଷ୍ଟ ସମାଜସେଵୀ ପୂର୍ଣଚନ୍ଦ୍ର ଗୌଡ, ବୃନ୍ଦାବନ ପାଢିଙ୍କ ଉପସ୍ଥିତିରେ ଏଇ ରାମ ଚନ୍ଦ୍ର ପ୍ରଧାନ, ଜେଇ ଭ୍ରମରବର ପ୍ରଧାନ, ଏ କେ ପାତ୍ର, ଓ ରାମଚନ୍ଦ୍ର ସୁତାରଙ୍କ ଉପସ୍ଥିତ ରହି ସମସ୍ତ ଆୟୋଜନ କରାଯାଇଥିଲା। ଏହାପରେ ମନ୍ତ୍ରୀଙ୍କ ସହ ଅତିଥିମାନେ ପାତ୍ରଗୁଡା ଓ ଆମ୍ବାଦଳା କଲେଜ, ଅମ୍ଲାଭଟା ସ୍କୁଲ, ଓ କୁମୁଡାବଲି ହାଇସ୍କୁଲର ସ୍କୁଲ ଘରର ଭିତ୍ତିଭୂମି ସ୍ଥାପନ କରିଥିଲେ। ମୁଖ୍ୟ ମନ୍ତୀଙ୍କ ନୀତି ଆଦର୍ଶକୁ ପାଥେୟ କରି ମନ୍ତ୍ରୀ ଶ୍ରୀ ସାରକା ଯେପରି ଭାବରେ ସଚ୍ଚୋଟ ନିଷ୍ଟାପର ମନ୍ତ୍ରୀ ହୋଇ ଓଡିଶା ମନ୍ତ୍ରୀ ମଣ୍ଡଳରେ ସୁନାମ ଅର୍ଜନ କରିଛନ୍ତି। ସେହିପରି ନିସ୍ଵାର୍ଥପର ଭାଵେ ଲୋକମାନଙ୍କ ସହ ରହି ସେମାନଙ୍କର ମଙ୍ଗଳ ଉନ୍ନତି କାମନା କରି ଉନ୍ନୟନ କାର୍ଯ୍ୟ କରି ଚାଲିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: