ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସଦସ୍ୟ ହେବା ପରେ ଜାତିସଂଘରେ ଲାଗିଲା ଭାରତୀୟ ପତାକା

ରିପୋର୍ଟ: ସନ୍ତୋଷ ନାୟକ //
ନ୍ୟୁୟର୍କ/ଭୁବନେଶ୍ୱର ତା୦୫-୦୧): ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘରେ ଉତ୍ତୋଳିତ ହୋଇଛି ଭାରତୀୟ ଜାତୀୟ ପତାକା । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ଯୋଗ ଦେବା ପରେ ଭାରତୀୟ ଜାତୀୟ ପତାକା ଜାତିସଂଘ କାର୍ଯ୍ୟାଳୟରେ ଉତ୍ତୋଳିତ ହୋଇଯାଇଛି । ଚଳିତ ୧ ଜାନୁୟାରୀରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ଭାରତକୁ ଏହି ସଦସ୍ୟତା ମିଳିଛି । ଏହି ମିଳିତ ଜାତିସଂଘରେ ଚୀନରୁ ବର୍ଦ୍ଧିତ ପ୍ରାଦୁର୍ଭାବକୁ ରୋକିବାରେ ଭାରତ ସକ୍ଷମ ହେବ ବୋଲି ବିଭିନ୍ନ ରାଷ୍ଟ୍ର ଆଶା ପୋଷଣ କରିଛନ୍ତି ।

ଭାରତ ନିଜର ସଦସ୍ୟତା କାଳରେ ବିକାଶଶୀଳ ରାଷ୍ଟ୍ର ମାନଙ୍କର ସ୍ୱର ହେବ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ୍ ତିରୁମୂର୍ତ୍ତୀ ପ୍ରକାଶ କରିଛନ୍ତି । ଭାରତ ମାନବବାଦରେ ବିଶ୍ୱାସ କରିଥାଏ ଏବଂ ସମସ୍ତଙ୍କୁ ଏକ ସଙ୍ଗରେ ଧରି ଚାଲିବା ଭାରତର ପ୍ରଥମ ଲକ୍ଷ୍ୟ ରହିବ ବୋଲି ତିରୁମୂର୍ତ୍ତୀ ପ୍ରକାଶ କରିଛନ୍ତି । ସୀମାପାର ଆତଙ୍କବାଦ, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ପରି ଘଟଣାକୁ ନେଇ ଚୀନ ଓ ପାକିସ୍ତାନକୁ ଘେରିବାକୁ ଉଦ୍ୟମ କରିବ ଭାରତ । ୧୫ ରାଷ୍ଟ୍ରଙ୍କୁ ନେଇ ଗଠିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ପଦ ଭାରତକୁ ଅଗଷ୍ଟ ୨୦୨୧ରେ ମିଳିବ । ପ୍ରତି ସଦସ୍ୟ ରାଷ୍ଟ୍ର ଏକ ମାସ ଲେଖାଏଁ ଅଧ୍ୟକ୍ଷ ଭାବରେ ରହିବେ ।

ମିଳିତ ଜାତିସଂଘରେ ଚୀନର ପତିଆରା ଦିନକୁ ଦିନ ବଢିବାରେ ଲାଗିଛି । ବାର୍ଷିକ ବଜେଟକୁ ଚୀନ ପକ୍ଷରୁ ଆସୁଥିବା ଅନୁଦାନ ରାଶି ବଢାଇ ଦିଆଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଚୀନ ଅଧିକାରୀ ମାନେ ରହିଛନ୍ତି । ଏପରି ସ୍ଥଳେ ଭାରତକୁ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟତା ମିଳିବା ଏକ ବଡ ଉପଲବ୍ଧି । ଏହି ସୁଯୋଗରୁ ଭାରତକୁ ଫାଇଦା ଉଠାଇବାକୁ ପଡିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: