ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପିର ବିକ୍ଷୋଭ ଓ ଧାରଣା

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ, ତା ୭/୧): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ସର୍କିଟ ହାଉସରୁ ବାହାରି ବସ୍ ଷ୍ଟାଣ୍ଡ୍ ଓ ଟାଉନ୍ ଥାନା ଦେଇ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା ।

ମାନ୍ଯବର ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ପୋଷ୍ଟରରେ ବିକ୍ଷୋଭ କାରୀମାନେ ଅଗ୍ନି ସଂଯୋଗ କରି ବିରୋଧ ପ୍ରଦର୍ଶନ କରିଥିଲେ ।ନୁର୍ତାଙ୍ଗ ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପର୍ଦ୍ଦାଫାଶ କରିଥିବାରୁ ମାହାଙ୍ଗାର ୨ ଭା.ଜ.ପା. ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବିଚ୍ ରାସ୍ତାରେ ସଂଗଠିତ ହତ୍ୟା କରାଯାଇଥିବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବିଷୟ ଜୟପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ସାମନ୍ତରାୟ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଭାରତୀୟ ଜନତା ପାର୍ଟିର କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ସୁମନ୍ତ ପ୍ରଧାନ, ପୂର୍ବତନ ସାଂସଦ ଶ୍ରୀ ଜୟରାମ ପାଙ୍ଗି ,ପୂର୍ବତନ ସାଂସଦ ଶ୍ରୀ ବଳଭଦ୍ର ମାଝି ପ୍ରମୁଖ ବରିଷ୍ଠ ନେତା ମାନେ ମାହାଙ୍ଗା ହତ୍ୟା କାଣ୍ଡର ଦୃଢ ନିନ୍ଦା କରିବା ସହ ମାନ୍ଯବର ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବୀ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଭାଜପା ର ବରିଷ୍ଠ ନାରୀ ନେତ୍ରୀ ଶ୍ରୀମତୀ ସୁରଭି ପାଣି ଓ ଅଞ୍ଜଳୀ ମିଶ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ନେତ୍ରୀ ମାନେ ଉପସ୍ଥିତ ଥିଲେ ।ବୋରିଗୁମ୍ମା ମଣ୍ଡଳ ସଭାପତି ଶ୍ରୀ ରାଜ୍ ସିଂ ଙ୍କ ସମେତ ଅନ୍ୟ ମଣ୍ଡଳ ସଭାପତି ମାନେ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: